ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି ଶୀଘ୍ର ଚାଲିଯିବା ଦରକାର- ଭକ୍ତ ଚରଣ ଦାସ
ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)- କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମ୍ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଯେ, ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି ଶୀଘ୍ର ଚାଲିଯିବା ଦରକାର ।
ଭକ୍ତ ଦାସ


ଭୁବନେଶ୍ୱର, 14 ଡିସେମ୍ବର (ହି.ସ.)- କଂଗ୍ରେସର

ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମ୍ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି

ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଯେ, ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି

ଶୀଘ୍ର ଚାଲିଯିବା ଦରକାର । ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ଦଳକୁ ଆଗକୁ ନେଉଛନ୍ତି । କଂଗ୍ରେସ

ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ଭକ୍ତ ଦାସ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ, ସୋନିଆଙ୍କୁ

ଚିଠି

ଲେଖି ପିସିସି ସଭାପତିଙ୍କ ସହ ସଂଗଠନରେ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ

ନେତା ମହମ୍ମଦ ମୋକିମ । ଦଳର ଦୁର୍ବଳ ସ୍ଥିତି ନେଇ ଭକ୍ତ ଦାସଙ୍କୁ କରିଛନ୍ତି ଟାର୍ଗେଟ । ଆଉ

ନୂଆ ଚେହେରାକୁ ଦାୟିତ୍ୱ ଦେବାକୁ କରିଛନ୍ତି ଅନୁରୋଧ। ରାହୁଲ ଓ ଖଡ଼ଗେଙ୍କ ନେତୃତ୍ୱ

ଉପରେ ପ୍ରଶ୍ନ ଉଠାଇଛନ୍ତି ମୋକିମ୍‌ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande