
ନୂଆଦିଲ୍ଲୀ, 15 ଡିସେମ୍ବର (ହି.ସ.)- ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍ସିଆର୍)ର ଅଧିକାଂଶ
ଅଂଚଳ ଆଜି ସକାଳେ ଘନ କୁହୁଡ଼ି ଏବଂ ଧୂଆଁ (ସ୍ମଗ୍)ର ମୋଟା ପରତରେ ଢାଙ୍କିଯାଇଛି। କେନ୍ଦ୍ରୀୟ
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଦିଲ୍ଲୀର ସର୍ଦାର ପଟେଲ ମାର୍ଗରେ ସକାଳେ ବାୟୁ ଗୁଣମାନ ସୂଚକାଙ୍କ ୪୮୩
ରେକର୍ଡ କରାଯାଇଛି। ଏହା ବାୟୁ ପ୍ରଦୂଷଣର ‘ଗୁରୁତର’ ଶ୍ରେଣୀରେ ପଡ଼େ।
ଧୁଆଁ-କୁହୁଡ଼ି ହେତୁ ଇଣ୍ଡିଗୋ ବିମାନ ସେବା ଯାତ୍ରୀମାନଙ୍କ ପାଇଁ
ପରାମର୍ଶ ଜାରି କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଦିଲ୍ଲୀ ସହିତ
ନୋଇଡା, ଗାଜିଆବାଦ, ଫରିଦାବାଦ, ଗୁରୁଗ୍ରାମ ଏବଂ
ସୋନୀପତ ଭଳି ସମୀପବର୍ତ୍ତୀ ସହରଗୁଡ଼ିକର ବାୟୁ ଗୁଣମାନ ସୂଚକାଙ୍କ ମଧ୍ୟ ‘ଗୁରୁତର’ ଶ୍ରେଣୀରେ
ରହିଛି।
ବୋର୍ଡ ଅନୁସାରେ, ଦିଲ୍ଲୀର ସର୍ଦାର ପଟେଲ ମାର୍ଗରେ ସକାଳେ ଏକ୍ୟୁଆଇ୪୮୩, ପଣ୍ଡିତ ପନ୍ତ
ମାର୍ଗରେ ୪୧୭, ବାରାଖମ୍ବା ରୋଡ଼ରେ
୪୭୪ ଏବଂ ଅକ୍ଷରଧାମ ଅଞ୍ଚଳରେ ୪୯୩ ରେକର୍ଡ ହୋଇଛି। ଏହା ପୂର୍ବରୁ ରବିବାର ଦିନ ମଧ୍ୟ ବାୟୁ
ଗୁଣମାନ ‘ଗୁରୁତର’ ଶ୍ରେଣୀରେ ଥିଲା। ରବିବାର ଦିନ ସମଗ୍ର ଦେଶରେ ଦିଲ୍ଲୀ ତୃତୀୟ ସର୍ବାଧିକ
ପ୍ରଦୂଷିତ ସହର ଭାବେ ରେକର୍ଡ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା