
ନୂଆଦିଲ୍ଲୀ, ୧୫ ଡିସେମ୍ବର(ହି.ସ.) – ଆଗାମୀ ୨୦୨୬ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ଦୁଇ ରାଜ୍ୟର ନିର୍ବାଚନ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ଘୋଷଣା କରିଛନ୍ତି। ଭାଜପା ସୋମବାର ଦିନ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ତାମିଲନାଡ଼ୁ ଏବଂ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ତାମିଲନାଡ଼ୁରେ ଗୋୟଲଙ୍କ ସହିତ ଅର୍ଜ୍ଜୁନ ରାମ ମେଘୱାଲ ଏବଂ ମୁରଲୀଧର ମୋହିଲଙ୍କୁ ସହ ପ୍ରଭାରୀ କରାଯାଇଛି।
ଭାଜପା ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ଦ୍ୱାରା ଜାରି କରାଯାଇଥିବା ଲେଟର ମୁତାବିକ, ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ନିର୍ବାଚନ ପ୍ରଭାରୀ କରାଯାଇଛି। ଅନ୍ୟପକ୍ଷରେ ଆସାମ ବିଧାନସଭା ନିର୍ବାଚନ ପାଇଁ ଏହି ଦାୟିତ୍ୱ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଆଯାଇଛି। ଉଲ୍ଲେଖନୀୟ ଯେ ଆସନ୍ତା ବର୍ଷ ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି