
ନୂଆଦିଲ୍ଲୀ, 16 ଡିସେମ୍ବର (ହି.ସ.)- ବିଜୟ ଦିବସରେ ବୀର ଯବାନଙ୍କୁ ନମନ କରିଛନ୍ତି ପିଏମ
ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଜୟ ଦିବସ ଅବସରରେ, ଆମେ ସେହି ସାହସୀ
ସୈନିକମାନଙ୍କୁ ସ୍ମରଣ କରୁଛୁ,
ଯେଉଁମାନଙ୍କର ସାହସ
ଓ ବଳିଦାନ ୧୯୭୧ରେ ଭାରତଙ୍କ ଐତିହାସିକ ବିଜୟକୁ ସୁନିଶ୍ଚିତ କରିଥିଲା। ତାଙ୍କର ଦୃଢ଼ ସଂକଳ୍ପ ଓ
ନିଷ୍କାମ ସେବା ଆମ ରାଷ୍ଟ୍ରକୁ ସୁରକ୍ଷିତ କରିଥିଲା ଏବଂ ଆମ ଇତିହାସରେ ଗର୍ବର ଏକ ମୁହୂର୍ତ୍ତ
ଅଙ୍କିତ କରିଥିଲା।
ଏହି ଦିନ ତାଙ୍କର ବୀରତା ପ୍ରତି ଏକ ସଲାମ ଏବଂ ତାଙ୍କର ଅତୁଲନୀୟ
ଆତ୍ମବଳର ଏକ ସ୍ମରଣୀୟ ଦିନ ଅଟେ। ତାଙ୍କର ବୀରତା ପିଢ଼ି ପରେ ପିଢ଼ି ଭାରତୀୟମାନଙ୍କୁ ପ୍ରେରଣା
ଦେଇଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା