
ନୂଆଦିଲ୍ଲୀ, ୧୬ ଡିସେମ୍ବର (ହି.ସ.)- ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଙ୍ଗଳବାର ଦିନ ସଦସ୍ୟମାନଙ୍କ ପକ୍ଷରୁ ନିଜ ନିଜ ପ୍ରସଙ୍ଗରେ ପ୍ରତିଦିନ ମୁଲତବୀ ପ୍ରସ୍ତାବ ଦାଖଲ କରିବା ଉପରେ ଆପତି ଉଠାଇଛନ୍ତି । ବାଚସ୍ପତି କହିଛନ୍ତି ଯେ, ଜରୁରୀ ଏବଂ ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦିଆଯାଇଥାଏ ।
ଲୋକସଭାରେ ପ୍ରଶ୍ନକାଳ ପରେ, ବାଚସ୍ପତି ବିଭିନ୍ନ ସଦସ୍ୟଙ୍କ ନାମ ନେଇ କହିଥିଲେ ଯେ, ସେମାନେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି, ହେଲେ ସେ ଏହାକୁ ଅସ୍ୱୀକାର କରିଛନ୍ତି ।ଏଥିସହିତ ସେ ମନ୍ତବ୍ୟ ଦେଇଥିଲେ ଯେ କିଛି ସଦସ୍ୟ ପ୍ରତିଦିନ ସେମାନଙ୍କର ମୁଲତବୀ ପ୍ରସ୍ତାବ ଦାଖଲ କରନ୍ତି ଯାହାଦ୍ୱାରା ସେ ସେମାନଙ୍କ ନାମ ଉଲ୍ଲେଖ କରିପାରିବେ । ମୁଲତବୀ ପ୍ରସ୍ତାବ କେବଳ ଜରୁରୀ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ । ଯଦି ସଦସ୍ୟମାନେ ଏପରି କରନ୍ତି, ତେବେ ସେ ସେମାନଙ୍କ ନାମ ଉଲ୍ଲେଖ କରିବେ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ