
ଗାନ୍ଧୀନଗର, ୧୬ ଡିସେମ୍ବର(ହି.ସ.) – ଗୁଜରାଟର ଗାନ୍ଧୀନଗର ଜିଲ୍ଲାର ଜୀବନରାଜନା ମୁୱାଡ଼ା ଗାଆର ସରକାରୀ ପ୍ରାଥମିକ ସ୍କୁଲକୁ ଗ୍ରୀନ୍ ୟୋର ସ୍କୁଲ ପ୍ରୋଗ୍ରାମ ଅନ୍ତର୍ଗତ ରାଷ୍ଟ୍ରୀୟ ସ୍ତରର ଗ୍ରୀନ୍ ସ୍କୁଲ୍ ଆୱାଡ଼-୨୦୨୫ ଦେଇଛି।
ଗାନ୍ଧୀନଗର ଜିଲ୍ଲାର ଜୀବରାଜନା ମୁୱାଡ଼ା ଗାଆଁର ସରକାରୀ ପ୍ରାଥମିକ ସ୍କୁଲ ରାଷ୍ଟ୍ରୀୟ ସ୍ତରରେ ପର୍ଯ୍ୟାବରଣ ସଂରକ୍ଷଣ ସହିତ ଶିକ୍ଷା କ୍ଷେତ୍ରରେ କେବଳ ଜିଲ୍ଲାର ନୁହେଁ, ପରନ୍ତୁ ପୁରା ରାଜ୍ୟର ଗୌରବ ବଢ଼ାଇଛନ୍ତି। ମୁମ୍ବାଇରେ ଇଣ୍ଡିୟନ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ ଦ୍ୱାରା ରାଷ୍ଟ୍ରୀୟ ସ୍ତରରେ ଆୟୋଜିତ ଗ୍ରୀନ୍ ୟୋର୍ ସ୍କୁଲ୍ ପ୍ରୋଗ୍ରାମ ଅନ୍ତର୍ଗତ ପ୍ରାଥମିକ ସ୍କୁଲ୍କୁ ଏହି ଆୱାଡ଼-୨୦୨୫ ଦିଆଯାଇଛି।
ରାଜ୍ୟ ସୂଚନା ବିଭାଗ ମଙ୍ଗଳବାର ଦିନ କହିଛି ଯେ ପ୍ରାୟ ୧,୨୦୦ରୁ ଅଧିକ ବୃକ୍ଷବାଲା ଏହି ସ୍କୁଲକୁ ରାଷ୍ଟ୍ରୀୟ ସ୍ତରରେ ଗ୍ରୀନ୍ ସ୍କୁଲ୍ ସହିତ ସମ୍ବନ୍ଧିତ ୧୧ ନୂଆ ବିଚାର ତଥା ପ୍ରୋଜେକ୍ଟର କ୍ରିୟାନ୍ୱୟନ ପାଇଁ ୩ ଲକ୍ଷ ଟଙ୍କାର ପ୍ରୋତ୍ସାହନ ପୁରସ୍କାର ମଧ୍ୟ ଦିଆଯାଇଛି।
କେନ୍ଦ୍ର ସରକାରର ନ୍ୟୁ ଆଣ୍ଡ ରିନ୍ୟୁଏବଲ ଏନର୍ଜୀ ମିନିଷ୍ଟ୍ରୀ, ମିନିଷ୍ଟ୍ରୀ ଅଫ୍ ହାଉସିଂ ଆଣ୍ଡ ଅର୍ବାନ୍ ଆଫେୟାର୍ସ, ୱାଲ୍ଡ ଗ୍ରୀନ୍ ବିଲ୍ଡିଂ କାଉନସିଲ୍, କନ୍ଫେଡରେଶନ ଅଫ୍ ଇଣ୍ଡିୟନ ଇଣ୍ଡଷ୍ଟ୍ରୀ ତଥା ଇଣ୍ଡିୟନ ଗ୍ରୀନ୍ ବିଲ୍ଡିଂ କାଉନ୍ସିଂର ସଂଯୁକ୍ତ ଉପକ୍ରମରେ ନଭେମ୍ବର- ୨୦୨୫ରେ ଜିୟୋ ୱାର୍ଲ୍ଡ କନ୍ଭେନଶନ ସେଂଟର, ମୁମ୍ବାଇରେ ଗ୍ରୀନ୍ ବିଲ୍ଡିଂ କଂଗ୍ରେସର ଆୟୋଜନ କରାଯାଇଛି। ଇଣ୍ଡିୟନ୍ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ ଦ୍ୱାରା ସବୁ ବର୍ଷ ଗ୍ରୀନ୍ ୟୋର ସ୍କୁଲ ପ୍ରୋଗ୍ରାମ ଅନ୍ତର୍ଗତ ଦେଶସାରାର ସ୍କୁଲର ପଂଜିକରଣ ଆମନ୍ତ୍ରିତ କରାଯିବ। ଯେଉଁଥିରେ ଏହି ବର୍ଷ ଦେଶରୁ ୭୨୦ ସ୍କୁଲ ଏହି କାର୍ଯ୍ୟକ୍ରମରେ ସହଭାଗିତା କରିଥିଲା, ଯେଉଁଥିରୁ ପ୍ରଥମ ତିନି ସ୍ଥାନରେ ଗୁଜରାଟ, ଅରୁଣାଚଳ ପ୍ରଦେଶ ଏବଂ ପୁଡ଼ୁଚେରୀର ସ୍କୁଲର ଚୟନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି