
ନୂଆଦିଲ୍ଲୀ, ୧୬ ଡିସେମ୍ବର(ହି.ସ.) – ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ଲୋକସଭାରେ ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶର ପ୍ରାବଦାନ କରୁଥିବା ବିଧେୟକ ଆଗତ କରିଛନ୍ତି। ବିଧେୟକର ନାମ ସବ୍କା ବୀମା ସବ୍କି ସୁରକ୍ଷା(ବୀମା ଆଇନ୍ରେ ସଂଶୋଧନ) ବିଧେୟକ, ୨୦୨୫। କିଛି ସଦସ୍ୟ ବିଧେୟକ ନାମରେ ଉଦ୍ଦେଶ୍ୟ ଏବଂ ଭାଷା ସହିତ ଯୋଡ଼ିଥିବା ଆପତି ଜତାଇଛନ୍ତି।
ଇନ୍ସ୍ୟୁରାନ୍ସ ଆକ୍ଟ, ୧୯୩୮, ଲାଇଫ୍ ଇସ୍ୟୁରେନ୍ସ କମ୍ପୋରେଶନ ଆକ୍ଟ, ୧୯୫୬ ଏବଂ ଇସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପ୍ମେଂଟ ଅଥରିଟି ଆକ୍ଟ, ୧୯୯୯ରେ ସଂଶୋଧନ କରିବା ପାଇଁ ଏକ ବିଧେୟକ ଗୃହର ବିଚାର ପାଇଁ ଆଗତ କରିଥିଲେ।
ଲୋକସଭାରେ ବିଧେୟକ ଆଣିବା ଦ୍ୱାରା କେତେକ ସଦସ୍ୟ ବିରୋଧ କରିଥିଲେ। ସଦସ୍ୟ ବିଧେୟକର ନାମ ଉଦ୍ଦେଶ୍ୟ ସହିତ ନଯୋଡ଼ିବା ଏବଂ ହିନ୍ଦୀରେ ହେବା ଉପରେ ଆପତି ଜାହିର କରିଛନ୍ତି। ଆର୍ଏସ୍ପି ନେତା ଏନ୍କେ ପ୍ରେମଚନ୍ଦ୍ରନ କହିଛନ୍ତି ଯେ ବିଧେୟକ ନାମର ତା’ର କାର୍ଯ୍ୟ ସହିତ କୌଣସି ଦେବାନେବା ନାହିଁ। ସେ କହିଛନ୍ତି ଯେ ବିଧେୟକ ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟେକ୍ଷ ବିଦେଶୀ ନିବେଶର ପ୍ରାବଧାନ କରେ ଯାହା ରାଷ୍ଟ୍ରୀୟ ହିତକୁ ପ୍ରଭାବିତ କରେ। ଏହାବ୍ୟତୀତ ଏଥିରେ ଏଲ୍ଆଇସି ଏଜେଂଟ ଏବଂ ଅନ୍ୟ ବୀମା ଏଜେଂଟଙ୍କ କମିଶନକୁ ସ୍ଥିର କରିବାକୁ ପ୍ରାବଧାନ ନିୟାମକକୁ ଦିଆଯାଇଛି। ସେ କହିଛନ୍ତି ଯେ ଏଜେଂଟ ବୀମା କ୍ଷେତ୍ରର ବ୍ୟାକ୍ବୋନ୍ ଏବଂ ତାଙ୍କର ଏଥିରେ ଧ୍ୟାନ ରଖାଗଲା ନାହିଁ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି