ଯମୁନା ଏକ୍ସପ୍ରେସୱେ ସଡ଼କ ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କଲେ, କ୍ଷତିପୂରଣ ଘୋଷଣା କଲେ
ନୂଆଦିଲ୍ଲୀ, ୧୬ ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉତର ପ୍ରଦେଶର ମଥୁରାରେ ଯମୁନା ଏକ୍ସପ୍ରେସୱେରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୫ରୁ ଅଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ପୀଡ
ଯମୁନା ଏକ୍ସପ୍ରେସୱେ ସଡ଼କ ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କଲେ, କ୍ଷତିପୂରଣ ଘୋଷଣା କଲେ


ନୂଆଦିଲ୍ଲୀ, ୧୬ ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉତର ପ୍ରଦେଶର ମଥୁରାରେ ଯମୁନା ଏକ୍ସପ୍ରେସୱେରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୫ରୁ ଅଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ପୀଡିତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ, ଯମୁନା ଏକ୍ସପ୍ରେସୱେ ଦୁର୍ଘଟଣାରେ ପ୍ରାଣହାନି ଗଭୀର ଦୁଃଖଦ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି । ସେ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ସେ ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ) ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ଉଲ୍ଲେଖନୀୟ ଯେ, ଆଜି ପ୍ରତ୍ୟୁଷରେ ମଥୁରା ଜିଲ୍ଲାରେ ଦିଲ୍ଲୀ-ଆଗ୍ରା ଯମୁନା ଏକ୍ସପ୍ରେସୱେରେ ସାତୋଟି ବସ୍ ଏବଂ ତିନୋଟି କାର୍ ଧକ୍କା ହେବା ପରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ବହୁ ମୃତାହତ ହୋଇଥିଲେ । ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିଛନ୍ତି । ଏଠାକାର ଅଧିକାରୀମାନେ କହିଛନ୍ତି ଯେ, ଘନ କୁହୁଡ଼ି ମଧ୍ୟରେ ସାତୋଟି ବସ୍ ଏବଂ ତିନୋଟି କାର୍ ଧକ୍କା ହୋଇଥିଲା । ପରେ ଗାଡ଼ିଗୁଡ଼ିକରେ ନିଆଁ ଲାଗିଗଲା । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି, ଏବଂ ୨୫ ରୁ ଅଧିକ ଆହତ ହୋଇଛନ୍ତି । ଏକ୍ସପ୍ରେସୱେର ପ୍ରଭାବିତ ଅଂଶରେ ଯାତାୟାତକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande