
ନୂଆଦିଲ୍ଲୀ, 15 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଦ ଅସମ ଟ୍ରିବ୍ୟୁନ୍
ଗ୍ରୁପ୍’ର ସମ୍ପାଦକ ଓ ପରିଚାଳନା ନିର୍ଦ୍ଦେଶକ ପି.ଜି. ବରୁଆଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ
କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପି.ଜି.
ବରୁଆଙ୍କ ଦେହାନ୍ତରେ ସେ ଅତ୍ୟନ୍ତ ଦୁଃଖିତ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମିଡିଆ ଜଗତରେ ତାଙ୍କର ଉଲ୍ଲେଖନୀୟ
ଅବଦାନ ପାଇଁ ବରୁଆଙ୍କୁ ସର୍ବଦା ସ୍ମରଣ କରାଯିବ। ସେ ଆହୁରି କହିଛନ୍ତି ଯେ ଅସମର ବିକାଶକୁ ଆଗେଇ
ନେବା ଏବଂ ରାଜ୍ୟର ସମୃଦ୍ଧ ସଂସ୍କୃତିକୁ ଦେଶ-ବିଦେଶରେ ପହଞ୍ଚାଇବା ପ୍ରତି ମଧ୍ୟ ବରୁଆ ଅତ୍ୟନ୍ତ
ସମର୍ପିତ ଥିଲେ।
ଦିବଙ୍ଗତ ସାମ୍ବାଦିକଙ୍କ ପରିବାର ଓ ପ୍ରଶଂସକମାନଙ୍କ ପ୍ରତି
ସମ୍ବେଦନା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୋର ସମ୍ବେଦନା ତାଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କ ସହିତ ଅଛି।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା