
ନୂଆଦିଲ୍ଲୀ, 15 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଲୌହ ପୁରୁଷ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୭୫ତମ ପୁଣ୍ୟତିଥିରେ
ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉଭୟ ନେତା ଜାତି ନିର୍ମାଣରେ ସର୍ଦାର ପଟେଲଙ୍କ
ଅତୁଳନୀୟ ଅବଦାନକୁ ସ୍ମରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି
ଯେ ଲୌହ ପୁରୁଷ ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ପୁଣ୍ୟତିଥିରେ ସାଦର ନମନ। ସେ ଦେଶକୁ ଏକତାସୂତ୍ରରେ
ବାନ୍ଧିବା ପାଇଁ ନିଜ ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଥିଲେ। ଅଖଣ୍ଡ ଓ ସଶକ୍ତ ଭାରତ ନିର୍ମାଣରେ
ତାଙ୍କର ଅବଦାନ ଏପରି, ଯାହାକୁ କୃତଜ୍ଞ
ଦେଶ କେବେ ଭୁଲିପାରିବ ନାହିଁ।
କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ‘ଏକ୍ସ’ରେ ନିଜ ବାର୍ତ୍ତାରେ ସର୍ଦାର
ପଟେଲଙ୍କୁ ଜାତୀୟ ଏକତାର ପ୍ରତୀକ ଏବଂ ଶକ୍ତିଶାଳୀ ଭାରତର ଶିଳ୍ପକାର ବୋଲି କହିଛନ୍ତି । ସେ କହିଛନ୍ତି
ଯେ ସର୍ଦାର ସାହେବ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଖଣ୍ଡ-ଖଣ୍ଡରେ ବିଭକ୍ତ ସ୍ୱାଧୀନ ଭାରତକୁ
ଏକତ୍ରିତ କରି ଏକ ସୁଦୃଢ଼ ରାଷ୍ଟ୍ରର ଆକାର ଦେଇଥିଲେ। ଦେଶର ପ୍ରଥମ ଗୃହମନ୍ତ୍ରୀ ଭାବେ ସେ ମା
ଭାରତୀଙ୍କ ସୁରକ୍ଷା, ଆଭ୍ୟନ୍ତରୀଣ
ସ୍ଥିରତା ଓ ଶାନ୍ତି ପ୍ରତିଷ୍ଠାକୁ ନିଜ ଜୀବନର ଲକ୍ଷ୍ୟ କରିଥିଲେ।
ଅମିତ ଶାହ କହିଛନ୍ତି ଯେ ସହକାରୀ ଆନ୍ଦୋଳନକୁ ପୁନରୁଜ୍ଜୀବିତ କରି
ମହିଳା ଓ କୃଷକଙ୍କ ସ୍ୱାବଲମ୍ବନ ମାଧ୍ୟମରେ ଆତ୍ମନିର୍ଭର ଭାରତର ଭିତ୍ତି ରଖିଥିବା ସରଦାର
ବଲ୍ଲଭଭାଇ ପଟେଲ ରାଷ୍ଟ୍ର ପ୍ରଥମର ପଥରେ ଧ୍ରୁବତାରା ପରି ଦେଶବାସୀଙ୍କୁ ସଦା ମାର୍ଗଦର୍ଶନ କରୁଥିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା