ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସିକିମର ଚୋ-ଲା ପାସ୍ ଓ ଡୋକ-ଲା ପାସ
ଗ୍ୟାଙ୍ଗଟକ, 15 ଡିସେମ୍ବର (ହି.ସ.)- ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଭାରତ–ଚୀନ ସୀମାରେ ଅବସ୍ଥିତ ଚୋ-ଲା ପାସ ଏବଂ ଡୋକ-ଲା ପାସକୁ “ରଣଭୂମି ଦର୍ଶନ” ପଦକ୍ଷେପ ଅଧୀନରେ ଆଧିକାରିକ ଭାବେ ପର୍ଯ୍ୟଟନ ପାଇଁ ଖୋଲିଛନ୍ତି। ସୋମବାର ସକାଳେ ରାଜଧାନୀର ରିଜ୍ ପା
ସିକିମ


ଗ୍ୟାଙ୍ଗଟକ, 15 ଡିସେମ୍ବର (ହି.ସ.)- ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ

ଭାରତ–ଚୀନ ସୀମାରେ ଅବସ୍ଥିତ ଚୋ-ଲା ପାସ ଏବଂ ଡୋକ-ଲା ପାସକୁ “ରଣଭୂମି ଦର୍ଶନ” ପଦକ୍ଷେପ

ଅଧୀନରେ ଆଧିକାରିକ ଭାବେ ପର୍ଯ୍ୟଟନ ପାଇଁ ଖୋଲିଛନ୍ତି। ସୋମବାର ସକାଳେ ରାଜଧାନୀର ରିଜ୍

ପାର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୨୫ଟି ମୋଟରସାଇକେଲ ଏବଂ ଗାଡ଼ିକୁ ସବୁଜ

ପତାକା ଦେଖାଇ ଏହି ପଦକ୍ଷେପର ଔପଚାରିକ ଆରମ୍ଭ କରିଥିଲେ।

ଏହି ଅବସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି

ମୁଖ୍ୟମନ୍ତ୍ରୀ ତମାଙ୍ଗ କହିଛନ୍ତି ଯେ ଚୋ-ଲା ପାସ ଏବଂ ଡୋକ-ଲା ପାସର ଉଦଘାଟନ “ଭାଇବ୍ରେଣ୍ଟ

ଭିଲେଜ୍ ପ୍ରୋଗ୍ରାମ” ଅଧୀନରେ କରାଯାଇଛି। ସେ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ସୀମା ଅଞ୍ଚଳରେ

ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଏବଂ ନିୟମିତ ପର୍ଯ୍ୟଟନ କାର୍ଯ୍ୟକଳାପ ମାଧ୍ୟମରେ ସ୍ଥାନୀୟ

ସମୁଦାୟ ପାଇଁ ଜୀବିକାର ସୁଯୋଗ ସୃଷ୍ଟି କରିବା। ସେ କହିଛନ୍ତି ଯେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ

ସେନା ମଧ୍ୟରେ ସମନ୍ୱୟ ହେତୁ ଏହି ପଦକ୍ଷେପ ସମ୍ଭବ ହୋଇପାରିଛି।

“ରଣଭୂମି ଦର୍ଶନ” ବିଷୟରେ କହି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି

ପଦକ୍ଷେପର ଉଦ୍ଦେଶ୍ୟ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ସୀମା ଅଞ୍ଚଳଗୁଡ଼ିକର ଐତିହାସିକ ଏବଂ

ସାମରିକ ଗୁରୁତ୍ୱକୁ ଆଲୋକିତ କରିବା, ଯାହା ମାଧ୍ୟମରେ ସେଗୁଡ଼ିକୁ ନିୟମିତ ପର୍ଯ୍ୟଟନ ପାଇଁ ଖୋଲାଯାଇପାରିବ।

ସେ କହିଛନ୍ତି ଯେ ରଣଭୂମି ପର୍ଯ୍ୟଟନର ବିସ୍ତୃତ ଧାରଣା ଅଧୀନରେ ଆରମ୍ଭ କରାଯାଇଥିବା ଏହି

କାର୍ଯ୍ୟକ୍ରମର ଲକ୍ଷ୍ୟ ଶସ୍ତ୍ରଧାରୀ ବଳଙ୍କର ସାହସ ଏବଂ ବଳିଦାନ ସମ୍ପର୍କରେ ଲୋକମାନଙ୍କ

ମଧ୍ୟରେ ସଚେତନତା ବଢ଼ାଇବା, ଦେଶପ୍ରେମର ଭାବନା

ଜାଗ୍ରତ କରିବା ଏବଂ କଠୋର ସୁରକ୍ଷା ଓ ପରିବେଶ ମାନଦଣ୍ଡ ରକ୍ଷା କରି ସ୍ଥାନୀୟ ସମୁଦାୟ ପାଇଁ

ସସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବା ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande