
ନୂଆପଡ଼ା,୧୭ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୫ ତମ ଦୁଇ ଦିନିଆ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ସାମାଜିକ କର୍ମୀ ବିକାଶ ବଂଶଲ ଓ ଉଚ୍ଚ ମାଧ୍ୟମକ ବିଦ୍ୟାଳୟର ଅଧକ୍ଷା ସସ୍ମିତାପ୍ରଭା ସାମଲ ନେତୃତ୍ଵ ନେଇଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ୧୨ ଜଣ ଛାତ୍ରୀଙ୍କୁ ନେଇ କ୍ରୀଡା ଶିକ୍ଷକ ସୁଜିତ କୁମାର ପାତ୍ର ଓ କିରାଣୀ କନଙ୍ଗ ନାରାୟଣ ନିନାଙ୍କ ନେତୃତ୍ବରେ ଖଡିଆଳ ଅଞ୍ଚଳର ମାଁ ସମଲେଶ୍ଵରୀ ଓ ମାଁ ରକ୍ତାମ୍ବରିଙ୍କ ମନ୍ଦିର ପ୍ରାଙ୍ଗଣରୁ ମଶାଲ ବାହାରୀ ବିଦ୍ୟାଳୟରେ ପ୍ରବେଶ କରି ମଶାଲ ସ୍ଥାପନ କରାଯାଇଥିଲା।ଏ ଅବସରରେ ଦୁଇଦିନ ବ୍ୟାପୀ ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ ହୋଇଥିଲା। କ୍ରୀଡାରେ ଉତ୍ତୀର୍ଣ୍ଣ ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ଟିଚିଂଙ୍ଗ ଓ ନନ ଟିଚିଂଙ୍ଗ ଷ୍ଟାଫ ଅଧ୍ୟାପିକା କଳ୍ପଶ୍ରୀ ଆଚାର୍ଯ୍ୟ, ଚେତନା ନାଏକ, ଜ୍ୟୋତ୍ସ୍ନା ସାହୁ, ମମତା ସାହୁ, ଲିଲି ସାହୁ, ଗିରିସୂତା ଛତ୍ରିୟା, ସୋଭାଗିନି ସେଠୀ , ଚକ୍ରଧର ଭୋଇ, ମଞ୍ଜୁଲତା ରାଉତ, ଟଙ୍କଧର ସଗରିଆ ସମେତ ସମସ୍ତ ଛାତ୍ରୀ ସହ ଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ