
କେନ୍ଦ୍ରାପଡା, ୧୫ ଡିସେମ୍ବର (ହି.ସ.)- ଜାତୀୟ ଜୁନିୟର ଭଲିବଲ ଓ ମହିଳା ଫୁଟବଲ ଖେଳାଳୀ ରାଜ୍ୟ ତରଫରୁ ଜାତୀୟ ଚମ୍ପିଆନସିପ୍ ନିମନ୍ତେ ଚଳିତ ମାସ ୧୬ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଠାରେ ଆରମ୍ଭ ହେବାକୁ ଯାଉଛି । ଏଥି ନିମନ୍ତେ ବାଳିକ ବିଭାଗରେ କେନ୍ଦ୍ରାପଡା ଜିଲ୍ଲା ତରଫରୁ ଚନ୍ଦନ ରାଉତ, ମୁନା ଖସରା ଏବଂ ଅପରାଜିତା ସାହୁ ରାଜ୍ୟ ତରଫରୁ ମନୋନିତ ହୋଇଛନ୍ତି । ଏବଂ ମହିଳା ଫୁଟବଲ ଖେଳାଳୀ କାମିନୀ ମଲିକ, ମିନାକ୍ଷୀ ଦାସ, ଅଭିଲିପ୍ସା ଦାସ, ଜିଲ୍ଲାର ଓଡିଶା ରାଜ୍ୟ ଦଳରେ ମନୋନିତ ହୋଇ ଆନ୍ଧ୍ରପ୍ରଦେଶ ଠାରେ ଅନୁଷ୍ଠିତ ଜାତୀୟ ଜୁନିୟର ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଯାତ୍ରା କରିଛନ୍ତି ।
ଏଥି ନିମନ୍ତେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ସୟଦ ଅକମଲ ଅଲ୍ଲୀ ଖେଳାଳୀ ମାନଙ୍କୁ ଶୁଭକାମନା ଜଣାଇଛନ୍ତି । ଜିଲ୍ଲା କ୍ରୀଡା ସଂପାଦକ ଜ୍ୟୋର୍ତିମୟୀ ଦାସ, ବିଜୟ କୁମାର ଦାସ, ମେହେଦ ଖାନ, ଦେବେନ୍ଦ୍ର କୁମାର ସାହୁ, ସସ୍ମିତା ପଣ୍ଡା, ମନୋଜ କୁମାର ସାହୁ ସମସ୍ତ କର୍ମକର୍ତା ମାନେ ଉଭୟ ଖେଳାଳୀ ମାନଙ୍କୁ ବଧେଇ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି