ଆଗରପଡ଼ାରେ ଯୁବ କଂଗ୍ରେସର ବନ୍ଧୁ ମିଳନ
ଭଦ୍ରକ, ୧୭ ଡିସେମ୍ବର (ହି.ସ.) - ମନୋବୃତି ରଖିଲେ ସେହି ନେତାଙ୍କୁ ଭୋଟର ଉପଯୁକ୍ତ ସ୍ଥାନରେ ବସାନ୍ତି ବୋଲି ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ହେମପଦ୍ମ ଗାଲାକ୍ସି ଠାରେ ଆୟୋଜିତ ଯୁବ କଂଗ୍ରେସ ସମାବେଶରେ ଯୁବନେତା ନବଜ୍ୟୋତି ପଟ୍ଟନାୟକ ଉପସ୍ଥିତ କର୍ମୀ ମାନଙ୍କୁ କହିଥିବା ବେଳେ ଏଠାକାର ଯୁବକ
agarpada congress bandhu milana utstava


ଭଦ୍ରକ, ୧୭ ଡିସେମ୍ବର (ହି.ସ.) - ମନୋବୃତି ରଖିଲେ ସେହି ନେତାଙ୍କୁ ଭୋଟର ଉପଯୁକ୍ତ ସ୍ଥାନରେ ବସାନ୍ତି ବୋଲି ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ହେମପଦ୍ମ ଗାଲାକ୍ସି ଠାରେ ଆୟୋଜିତ ଯୁବ କଂଗ୍ରେସ ସମାବେଶରେ ଯୁବନେତା ନବଜ୍ୟୋତି ପଟ୍ଟନାୟକ ଉପସ୍ଥିତ କର୍ମୀ ମାନଙ୍କୁ କହିଥିବା ବେଳେ ଏଠାକାର ଯୁବକ ମାନଙ୍କ ମଧ୍ୟରେ ଯୋସ୍ ଅଛି,ସେମାନେ ବାଜି ରାଉତ୍ ହୋଇ ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ସାଧାରଣ ଲୋକଙ୍କୁ ସହଯୋଗର ହାତ ବଢାଇଲେ ଆଗାମୀ ପଂଚାୟତ ନିର୍ବାଚନରେ ବ୍ଲକ ଦଖଲ କରିବା ସହଜ ହେବ । ପୂର୍ବତନ ସରପଂଚ ରବିନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ରାଜ୍ୟ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବସଭାପତି ସୟଦ୍ ସିଦ୍ଧିକ, ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁ ,ବ୍ଲକ ଯୁବ ସଭାପତି ସନ୍ଦୀପ ଜେନା, ଗୋପିନାଥପୁର ସରପଞ୍ଚସବିତାରାଣୀ ନାୟକ, ପୂର୍ବତନ ସରପଂଚ ସତ୍ୟବାନ ଦାସ, ଜଗବନ୍ଧୁ ବେହେରା, କଳ୍ପତରୁ ସାହୁ, ପ୍ରଦୀପ ନାୟକ, ବରିଷ୍ଠ ନେତା କାର୍ତିକ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଠାରେ କଂଗ୍ରେସ ସୁଦୃଢ ଥିବା ନେଇ ମତ ରଖିଥିବା ବେଳେ ବିଜେଡି ଓ ବିଜେପି ଉପରେ ବର୍ଷିଥିଲେ । ପ୍ରାରମ୍ଭରେ ଯୁବନେତା ଗୟାଧର ପତି ଅତିଥି ପରିଚୟ ଓ ସୂଚନା ପ୍ରଦାନ କରିଥିବା ବେଳେ ଚିନ୍ମୟ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ମହେଶ୍ୱର ଦାସ, ନିରଞ୍ଜନ ପୁହାଣ, ବିକାଶ କୁମାର ମହାକୁଡ, ରାଜୁ ଦାସ, ପ୍ରମୋଦ ପୁହାଣ, ବିଜୟ ବାରିକ,ନିଲୁ ମିଶ୍ର,ବିନୋଦ ମାଝୀ, ଶଶିକାନ୍ତ ଘୋଷ, ରାଜେନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande