ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ
Bhubaneswar, 19 ଡିସେମ୍ବର (ହି.ସ.) ଇତିମଧ୍ୟରେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ୧୫ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ସାଧାରଣ ଅଧିବେଶନ ସ୍ଥାନୀୟ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଂଜିନିୟର୍ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଠ ସଦସ୍ୟ ଡ. ପ୍ରସନ୍ନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁ
ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ


Bhubaneswar, 19 ଡିସେମ୍ବର (ହି.ସ.)

ଇତିମଧ୍ୟରେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ୧୫ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ସାଧାରଣ ଅଧିବେଶନ ସ୍ଥାନୀୟ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଂଜିନିୟର୍ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଠ ସଦସ୍ୟ ଡ. ପ୍ରସନ୍ନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ସମସ୍ତ ଜିଲ୍ଲାରୁ ୫୫୦ରୁ ଉଦ୍ଧ୍ୱର୍ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ । ମୁଖ୍ୟତଃ ଏହି ଅଧିବେଶନ ବନ୍ଧୁମିଳନ ସହ ମହାସଂଘର ବାର୍ଷିକ କାର୍ଯ୍ୟକ୍ରମର ବିବରଣୀ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ସ୍ଥିର କରିବା ପାଇଁ ଆୟୋଜନ ହୋଇଥିବା ବେଳେ ବରିଷ୍ଠ ନାଗରିକମାନଙ୍କର ବହୁ ସମସ୍ୟା ସମ୍ପର୍କରେ ଆଲୋଚନା କରି ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିବା ପାଇଁ ବିଚାର ବିମର୍ଷ ହୋଇଥିଲା । ମହାସଂଘର ମୁଖ୍ୟତଃ ତିନୋଟି ଦାବି ସରକାର ବିଚାର କଲେ ସମସ୍ତେ ସନ୍ତୋଷ ପ୍ରକାଶ କରିବେ ବୋଲି ମହାସଂଘ ତରଫରୁ କୁହାଯାଇଅଛି । ଦାବିଗୁଡ଼ିକ ହେଲା (୧) ମହାସଂଘର ଅଫିସ୍ କାର୍ଯ୍ୟ ପାଇଁ ସରକାର ଏକ ଜମି ବା ଘର ଯୋଗାଇ ଦିଅନ୍ତୁ (୨) ବରିଷ୍ଠ ନାଗରିକମାନଙ୍କୁ ସ୍ୱାସ୍ଥ୍ୟବୀମା ପ୍ରଦାନ କରିବା (୩) ବରିଷ୍ଠ ନାଗରିକମାନଙ୍କୁ ୬୦ ବର୍ଷ ପରେ ମାସିକ ୩୫୦୦ଟଙ୍କା ଭା ପ୍ରଦାନ । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ଦାବି ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଦାବିଗୁଡ଼ିକ ଯଥାର୍ଥ ବୋଲି କହିଥିଲେ ଏବଂ ଦାବି ହାସଲ ପାଇଁ ପ୍ରୟାସ ଜାରି ରଖିବାର ପ୍ରତିଶ୍ରୁତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଏମ୍ସି ମେୟର ସୁଲୋଚନା ଦାସ ବରିଷ୍ଠଙ୍କ ପାଇଁ ମହାନଗର ନିଗମ ପରିସରରେ ସମସ୍ତ ପ୍ରକାର ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର-କଟକ ପୋଲିସ୍ କମିଶନର ସୁରେଶ ଦେବଦ ସିଂହ ନିଜ ବକ୍ତବ୍ୟରେ ବରିଷ୍ଠ ନାଗରିକମାନଙ୍କୁ ସମସ୍ତ ପ୍ରକାର ଆଇନଗତ ସୁରକ୍ଷା ଓ ସାଇବର ଠକଙ୍କ କବଳରୁ ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଅତିଥିମାନେ ମହାସଂଘର ଏକ ତ୍ରୈମାସିକ ପତି୍ରକା ‘ଅପରାହ୍ନ’ର ଶୁଭ ଉନ୍ମୋଚନ କରିବା ସହ ଏହି ପତି୍ରକାର ଲେଖକ ତଥା ମହାସଂଘର କାର୍ଯ୍ୟକାରୀ ସଭାପତି ଇଂ. ଗିରିଜା ନନ୍ଦନ ମହାନ୍ତିଙ୍କ ଦ୍ୱାରା ପରିଚାଳିତ ସମସ୍ତ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ମହାସଂଘର ସାଧାରଣ ସମ୍ପାଦକ ରାଜକିଶୋର ସାମନ୍ତରାୟ ଅତିଥିମାନଙ୍କ ଗହଣରେ ମହାସଂଘର କାର୍ଯ୍ୟକଳାପ, ସଫଳତା ଓ ଦାବିଗୁଡ଼ିକ ସମ୍ପର୍କରେ ବିବରଣୀ ପାଠ କରିଥିଲା ବେଳେ କୋଷାଧ୍ୟକ୍ଷ ଫଗୁ ବାରିକ ବାର୍ଷିକ ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ପରେ ଅତିଥିମାନଙ୍କ ଦ୍ୱାରା ଅଖିଳ ଭାରତୀୟ ବରିଷ୍ଠ ନାଗରିକ ମହାସଂଘର ନବନିର୍ବାଚିତ ଉପଦେଷ୍ଟା କୃପାସିନ୍ଧୁ ସାହୁ, ଉପସଭାପତି ପ୍ରସନ୍ନ କୁମାର ଦାସ ଓ ପ୍ରଫେସର କୃପାସିନ୍ଧୁ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ସରୋଜିନୀ କର୍ମଗୁରୁ, ବସନ୍ତ କୁମାର ପରିଡ଼ା, ଇନ୍ଦ୍ରମଣି ନାହାକ, ଅରୁଣ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ମିଶ୍ର, ବଂଶୀଧର ସେଠୀ, ଉଦୟନାଥ ନାୟକ, ଗଦାଧର ବେହେରା, ଧିରେନ୍ ପଟ୍ଟନାୟକ, ଅରବିନ୍ଦ ଶତପଥି, ପ୍ରହଲ୍ଲାଦ ରାଉତ, ମଦନ ମୋହନ ପଟ୍ଟନାୟକ, ଅରବିନ୍ଦ ଶତପଥି, ଅରୁଣ ମହାନ୍ତି, ବସନ୍ତ ବାରିକ, ଅଭିରାମ ଜେନା, ମାନବେନ୍ଦ୍ର ମିଶ୍ର, ଭାଗବତ ଦାସ, ଆଦିକନ୍ଦ ବାରିକ, ହେମନ୍ତ ମହାପାତ୍ର, ରବି ନାରାୟଣ ନାଥ, ଅମୂଲ୍ୟ ସାହୁ, ତି୍ରବିକ୍ରମ ମାଲାନା ଓ ଖଗେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande