ଆଗରପଡାରେ ଯୁବ ମହୋତ୍ସବ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୮ ଡିସେମ୍ବର (ହି.ସ.) - ଭଦ୍ରକ ଜିଲା ଆଗରପଡା ଯୁବ ମହୋତ୍ସବ ନେଇ ସ୍ଥାନୀୟ ହେମପଦ୍ମ ଗାଲାକ୍ସି ଠାରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ଉପଦେଷ୍ଟା ନିରୋଜ କୁମାର ଆଇଚଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ଚିତରଞ୍ଜନ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ବୈ
AGARPADA JUBA MOHASTAVA BAITHAKA


ଭଦ୍ରକ, ୧୮ ଡିସେମ୍ବର (ହି.ସ.) - ଭଦ୍ରକ ଜିଲା ଆଗରପଡା ଯୁବ ମହୋତ୍ସବ ନେଇ ସ୍ଥାନୀୟ ହେମପଦ୍ମ ଗାଲାକ୍ସି ଠାରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ଉପଦେଷ୍ଟା ନିରୋଜ କୁମାର ଆଇଚଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ଚିତରଞ୍ଜନ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ବୈଠକରେ ମହୋତ୍ସବ କମିଟିର ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରତିବର୍ଷ ପରି ଏବର୍ଷର ମହୋତ୍ସବ ହେମପଦ୍ମ ଗାଲାକ୍ସି ଠାରେ ଚଳିତ ମାସ ୨୫ ତାରିଖରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ପ୍ରତିଦିନ ମହୋତ୍ସବ ସନ୍ଧ୍ୟାରେ ବିଭିନ୍ନ ରାଜନୈତିକ ଦଳର ନେତା, ପ୍ରଶାସକ, ସାହିତ୍ୟିକ,ଚଳଚ୍ଚିତ୍ର ଓ ଦୂରଦର୍ଶନ ଜଗତର ଅଭିନେତା ଅଭିନେତ୍ରୀ ମାନେ ଯୋଗ ଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି ପରିବେଷଣ କରାଯିବା ନେଇ ଆଲୋଚନା କରାଯାଇଥିଲା । ଆଗରପଡାର ସୁନାବହୂ ଓ କିଏ ହେବ ଆଗରପଡାର ସୁନାଝିଅ ପରି କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ ବୋଲି କମିଟିର ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ପ୍ରଣୟ ସିଂହ, ପ୍ରଫୁଲ୍ଲ ବିଶ୍ୱାଳ, ଜଇନୁଲ୍ ଆବେଦ୍ଦିନ, ସଙ୍ଗଠନର ସମ୍ପାଦକ ଚିନ୍ମୟ ସିଂହ, ଉପ-ସଭାପତି ତପନ ପୃଷ୍ଟି, ଅମୂଲ୍ୟ ନନ୍ଦ, କୋଷାଧ୍ୟକ୍ଷ ନୃସିଂହ ଖୁଟିଂଆ, ବାବୁରାମ ବେହେରା,ଆକାଶ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande