ଗଛରେ ପିଟିଲା କାର : ୩ ମୃତ, ୩ ଗୁରୁତର
ନୂଆପଡ଼ା, ୧୮ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ହରିପୁର ଗ୍ରାମ ସ୍ଥିତ ୩୫୩ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଦୃତ ଗତିରେ ଯାଉଥିବା ଏକ କାର ଭାରସାମ୍ୟ ହରାଇ ହରିପୁର ଗ୍ରାମ ନିକଟରେ ଗଛରେ ପିଟି ହୋଇ ଯାଇଥିଲା। ଯାହାଫଳରେ ଘ
Accident 3 death


ନୂଆପଡ଼ା, ୧୮ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ହରିପୁର ଗ୍ରାମ ସ୍ଥିତ ୩୫୩ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଦୃତ ଗତିରେ ଯାଉଥିବା ଏକ କାର ଭାରସାମ୍ୟ ହରାଇ ହରିପୁର ଗ୍ରାମ ନିକଟରେ ଗଛରେ ପିଟି ହୋଇ ଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କୋମନାରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

କୋମନାରୁ ଏକ କାରରେ ୬ ଜଣ ସାଙ୍ଗ ରାତ୍ରରେ ବୁଲି ବାହାରିଥିଲେ। ହେଲେ ହରିପୁର ଠାରେ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। କୋମନା ପୋଲିସ ଘଟଣାର ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande