
ନୂଆପଡ଼ା, ୧୮ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବଡମୂଲା ଆଶ୍ରମରେ ବିଦ୍ୟାଳୟ ପରିସରରେ ସାଂସ୍କୃତିକ ରଙ୍ଗମଞ୍ଚ ଓ ବାର୍ଷିକ କ୍ରୀଡ଼ା ଉତ୍ସବ ମୂଖ୍ୟ ଅତିଥି ରଜତ କୁମାର ସାହୁଙ୍କ କରକମଳରେ ଆଜି ଉଦଘାଟିତ ହୋଇଯାଇଛି। ଏହା ସହିତ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ମଧ୍ୟ ଅନୁଷ୍ଠିତ ହୋଇଛି। ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମଶାଲ ଶୋଭାଯାତ୍ରା ଅଣାଯାଇଥିଲା । ଏହାପରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କ ଠାରୁ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ସଭାପତି ଭାବରେ ପ୍ରଧାନ ଶିକ୍ଷକ ଗୌତମ ପାତ୍ର, ସମ୍ମାନିତ ଅତିଥି ଭାବରେ ଚନାଵେଡା ଆଶ୍ରମ ପ୍ରଧାନ ଶିକ୍ଷକ ପିତବାସ ଜଗତ, ଚନୁଟମାଲ ଆଶ୍ରମର ପ୍ରଧାନ ଶିକ୍ଷକ ଲଇବାନ ଵାଗ ଏବଂ ମୁଖ୍ୟବକ୍ତା ଭାବରେ ସିଆରସିସି ମିତ୍ରବାଦୀ ମଲ୍ଲିକ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡାର ମହତ୍ତ୍ୱ ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବ୍ଲକର ବିଭିନ୍ନ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ବର୍ଧନା କରାଯାଇଥିଲା। କାର୍ଯ୍ୟକ୍ରମରେ ଵଡମୁଲା ଆଶ୍ରମର ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ଜଗତ, ଭାର୍ଗବୀ ଶଵରଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସଫଳ ଭାବରେ ସମ୍ପାଦନା କରିଥିଲେ । ଶିକ୍ଷକ ଇଶ୍ଵର ନିଆଲ ମଞ୍ଚ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ