
Odisha, 18 ଡିସେମ୍ବର (ହି.ସ.)
*୪୫ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ ଉଦଘାଟିତ*
ନୂଆପଡ଼ା,୧୮ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସ୍ଥିତ ଜ୍ଞାନାଲୋକ ଯୁବକ ସଙ୍ଘ ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁଲିଆସିକୁଆଁରେ ଦୁଇ ଦିନିଆ ୪୫ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ ଆଜି ଉଦଘାଟନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌତମ ପାତ୍ରଙ୍କ ଅଧ୍ୟକ୍ଷ୍ୟତାରେ ଉକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ମେହେର ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରି ଉତ୍ସବକୁ ଆରମ୍ଭ କାରିଥିଲେ ଏବଂ ସ୍କୁଲ କମିଟି ସଦସ୍ୟ ହରିହର ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳାର ସହିତ ଅଧ୍ୟୟନ କରିବା ସହିତ ଖେଳର ଗୁରୁତ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ।ଶିକ୍ଷକ ନରେନ୍ଦ୍ର କୁମାର ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲକ୍ଷ୍ୟପତି ଶବର ଧନ୍ୟବାଦ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୦୦,୨୦୦,୪୦୦ ମିଟର ଦୌଡ, ଉଚ୍ଚଡିଆଁ, ଲମ୍ବା ଡିଆଁ, ସ୍ଲୋ ସାଇକେଲ, ଡିସ୍କସ ଥ୍ରୋ, ପୁଟିଙ୍ଗ ଦ ସଟ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା।ବିଦ୍ୟାଳୟର ଶିକ୍ଷକ ମୁକେଶ କୁମାର ମେହେର, ଅଚ୍ୟୁତାନନ୍ଦ ପୁଟେଲ, ଅବିନାଶ ଶବର, ରାକେଶ କୁମାର ରଥ, ରିତେଶ ମେହେର, ଗିରିଶ ଚନ୍ଦ୍ର ବାରିକ, ପ୍ରିୟଙ୍କା ଜେନା, ସଂଯୁକ୍ତା ମୈକାପ, ଦୀନକୃଷ୍ଣ କ୍ଷେତ୍ରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ଖେଳ ଶିକ୍ଷକ ସ୍ୱରାଜ କୁମାର ଦାସ ଖେଳ ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ