ଟିପିସିଓଡିଏଲକୁ ଓଡ଼ିଶାକୁ ବିଜେଡି ସରକାର ଆଣିଥିଲେ - ବିଜେପି
ଭୁବନେଶ୍ୱର, ୧୮ ଡିସେମ୍ବର (ହି.ସ)- ଟାଟା ପାୱାର ପ୍ରସଙ୍ଗରେ ବିଜେଡ଼ିର ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯାହା ବିରୋଧରେ ଆନ୍ଦୋଳନ କରୁଛନ୍ତି, ତାହାର ସ୍ରଷ୍ଟା ହେଉଛି ବିଜେଡ଼ି ଓ ନିଜେ ନବୀନ ପଟ୍ଟନାୟକ । ଟିପିସିଓଡିଏଲକୁ ଓଡ଼ିଶାକୁ କିଏ ଆଣ
ଟିପିସିଓଡିଏଲକୁ ଓଡ଼ିଶାକୁ ବିଜେଡି ସରକାର ଆଣିଥିଲେ - ବିଜେପି


ଭୁବନେଶ୍ୱର, ୧୮ ଡିସେମ୍ବର (ହି.ସ)- ଟାଟା ପାୱାର ପ୍ରସଙ୍ଗରେ ବିଜେଡ଼ିର ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯାହା ବିରୋଧରେ ଆନ୍ଦୋଳନ କରୁଛନ୍ତି, ତାହାର ସ୍ରଷ୍ଟା ହେଉଛି ବିଜେଡ଼ି ଓ ନିଜେ ନବୀନ ପଟ୍ଟନାୟକ । ଟିପିସିଓଡିଏଲକୁ ଓଡ଼ିଶାକୁ କିଏ ଆଣିଥିଲା, ତା ସହ ଚୁକ୍ତି କରିଥିଲା, ଆଇନ କିଏ ଆଣିଥିଲା ବୋଲି ପ୍ରଶ୍ନ କରିଛି ବିଜେପି । ବିଜେଡି ସରକାର ସମୟରେ ସବୁ ହୋଇଥିଲା । ବିଜେପି ସରକାର ଉପଭୋକ୍ତାଙ୍କ ସାଙ୍ଗରେ ଅଛି । ଯାହା ଲୋକଙ୍କ ପାଇଁ ଭଲ ସେହି ହିସାବରେ ସରକାର କାମ କରୁଛନ୍ତି । କେବଳ ରାଜନୀତି କରିବା ପାଇଁ ବିଜେଡ଼ି ଏଭଳି ପନ୍ଥା ନ ଆପଣଉ । ନବୀନ ନିବାସକୁ ଯାଇ ସେଠି ଦେଖିବେ ନବୀନ ବାବୁ ଅଛନ୍ତି କି ଟଙ୍କା ଚପରାସିଙ୍କୁ ପଚାରନ୍ତୁ । ଯେ ଡିପିସିଓଡିଏଲକୁ ଆଣିଥିଲା କିଏ ଓ ଆଗ୍ରିମେଂଟ କରିଥିଲା କିଏ ? ନୂଆପଡ଼ା ନିର୍ବାଚନ ହାରିଲା ପରେ ବିଜେଡ଼ି ନେତା ମାନଙ୍କର ମାନସିକ ଦେବାଳିଆପଣ ବଢ଼ିଛି । ସେମାନେ ଜାଣି ପାରୁନାହାନ୍ତି, କେଉଁ ପ୍ରସଙ୍ଗରେ ଆନ୍ଦୋଳନ କରିବେ ଓ କେଉଁ ପ୍ରସଙ୍ଗରେ ଆନ୍ଦୋଳନ କରିବେ ନାହିଁ । ନିଜ ଘର ସଜାଡ଼ିବା ବାହାନାରେ ପ୍ରତିଦିନ କିଛି ଆନ୍ଦୋଳନ କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande