ବଲାଙ୍ଗୀର ଜିଲ୍ଲାରେ ଘୋଷଣା ହେଲା ବିଜେପିର ନବେ ଜଣିଆ ପୂର୍ଣ୍ଣାଙ୍ଗ କାର୍ଯ୍ୟକର୍ତା
ବଲାଙ୍ଗୀର, ୧୮ ଡିସେମ୍ବର(ହି.ସ.) – ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥର ଚେପା ଭାଜପା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ଭାଜପା ଜିଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲା ଭାଜପା ପାର୍ଟିର ପୂର୍ଣ୍ଣାଙ୍ଗ କାର୍ଯ୍ୟକର୍ତା ନାମ ଘୋଷଣା ହୋଇ ଦ
ବଲାଙ୍ଗିର ଜିଲ୍ଲାରେ ଘୋଷଣା ହେଲା ବିଜେପି ର ନବେ ଜଣିଆ ପୂର୍ଣ୍ଣାଙ୍ଗ କାର୍ଯ୍ୟକର୍ତ୍ତା


ବଲାଙ୍ଗିର ଜିଲ୍ଲାରେ ଘୋଷଣା ହେଲା ବିଜେପି ର ନବେ ଜଣିଆ ପୂର୍ଣ୍ଣାଙ୍ଗ କାର୍ଯ୍ୟକର୍ତ୍ତା


ବଲାଙ୍ଗିର ଜିଲ୍ଲାରେ ଘୋଷଣା ହେଲା ବିଜେପି ର ନବେ ଜଣିଆ ପୂର୍ଣ୍ଣାଙ୍ଗ କାର୍ଯ୍ୟକର୍ତ୍ତା


ବଲାଙ୍ଗିର ଜିଲ୍ଲାରେ ଘୋଷଣା ହେଲା ବିଜେପି ର ନବେ ଜଣିଆ ପୂର୍ଣ୍ଣାଙ୍ଗ କାର୍ଯ୍ୟକର୍ତ୍ତା


ବଲାଙ୍ଗୀର, ୧୮ ଡିସେମ୍ବର(ହି.ସ.) – ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥର ଚେପା ଭାଜପା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ଭାଜପା ଜିଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲା ଭାଜପା ପାର୍ଟିର ପୂର୍ଣ୍ଣାଙ୍ଗ କାର୍ଯ୍ୟକର୍ତା ନାମ ଘୋଷଣା ହୋଇ ଦାୟିତ୍ୱ ଦେଇ ଦଳ ଗଠନ ହୋଇ ଥିଲା। ଏଥିରେ ନବେ ଜଣିଆ ପଦାଧିକାରୀ ସାମିଲ ହୋଇଛନ୍ତି। ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା ଓ ପ୍ରଶ୍ନୋତର, ଏସଆଇଆର କାର୍ଯ୍ୟକ୍ରମ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ଭାଜପା କମିଟି ର ଗଠନକୁ ନେଇ ସୂଚନା ଦେଇଥିଲେ ଜିଲା ସଭାପତି ଶ୍ରୀବତ୍ସ ବେହେରା। ଏହି କାର୍ଯ୍ୟକ୍ରମ ରେ ବକ୍ତାମାନେ ଏସଆଇଆରକୁ ନେଇ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସଭାପତି କହିଲେ ଆଗାମୀ ୩ ବର୍ଷ ପାଇଁ ଆମର ଡବଲ ଇଞ୍ଜିନ ସରକାର ର ଉପଲବ୍ଧି ଓ ଯୋଜନା ସଫଳ ରୂପାୟନ ପାଇଁ ଦାୟିତ୍ୱ ପାଇଥିବା କାର୍ଯ୍ୟକର୍ତା ତୃଣମୂଳ ସ୍ତରକୁ ଲୋକଙ୍କ ସହିତ ସମ୍ପର୍କରେ ରହିବେ।

ମଂଚରେ ଜିଲା ସଭାପତି ଶ୍ରୀବତ୍ସ ବେହେରା, ବିଧାନସଭା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ, ମହେନ୍ଦ୍ର ଠାକୁର, ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟା ପଙ୍କଜିନି ପଣ୍ଡା, ଜ୍ୟୋତି ପାଣିଗ୍ରାହୀ, କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ, ଓବିସି ମୋର୍ଚ୍ଚା ସଭାପତି ଓ ଏସ୍‌ସି ମୋର୍ଚ୍ଚା ସଭାପତି ଉପସ୍ଥିତ ଥିଲେ। ଭାଜପାର ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତା ଓ ବଲାଙ୍ଗୀର ଜିଲାର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ଏହାସହିତ ଜିଲ୍ଳାର ବିଭିନ୍ନ ଅଂଚଳରୁ ଦୟିତ ପାଇଥିବା କାର୍ଯ୍ୟକର୍ତା ସମେତ ସଦସ୍ୟ ମାନେ ବୈଠକ ରେ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande