ମନରେଗା ବଂଚାଅ ଦାବିରେ ବିକେଏମ୍‌ୟୁର ବିକ୍ଷୋଭ
ଭୁବନେଶ୍ୱର, ୧୮ ଡିସେମ୍ବର (ହି.ସ)- କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ‘ମନରେଗା’ ଯୋଜନାରୁ ମାହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଯେଉଁ ‘ବିଭି ଜୀ ରାମଜୀ’ ବିଲ୍ ସଂସଦରେ ପେଶ୍ କରିଛନ୍ତି ତାହାର ପ୍ରତ୍ୟାହାର ସାଙ୍ଗକୁ ଦେଶର କୋଟି କୋଟି ଗ୍ରାମୀଣ ବେକାରଙ୍କ
ହଦଜଜ


ଭୁବନେଶ୍ୱର, ୧୮ ଡିସେମ୍ବର (ହି.ସ)- କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ‘ମନରେଗା’ ଯୋଜନାରୁ ମାହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଯେଉଁ ‘ବିଭି ଜୀ ରାମଜୀ’ ବିଲ୍ ସଂସଦରେ ପେଶ୍ କରିଛନ୍ତି ତାହାର ପ୍ରତ୍ୟାହାର ସାଙ୍ଗକୁ ଦେଶର କୋଟି କୋଟି ଗ୍ରାମୀଣ ବେକାରଙ୍କ ନିଯୁକ୍ତି ଓ ବଂଚିବାର ଅଧିକାର ସୁନିଶ୍ଚିତ କରିବା ଦାବିରେ ଗୁରୁବାର ଭାରତୀୟ କ୍ଷେତ ମଜଦୁର ସଂଘ (ବିକେଏମ୍‌ୟୁ) ପକ୍ଷରୁ ଭୁବନେଶ୍ୱରରେ ରାସ୍ତାରୋକ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଛି।

ଗୁରୁବାର ପୂର୍ବାହ୍ନରେ ମହାତ୍ମା ଗାନ୍ଧୀଙ୍କ ଫୋଟୋଚିତ୍ର ହାତରେ ଧରି ଶତାଧିକ ବିକ୍ଷୋଭକାରୀ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ଅଶୋକନଗର ଦେଇ ରାଜମହଲ ଛକଠାରେ ପହଂଚିବା ପରେ ସେଠାରେ ବିକେଏମ୍‌ୟୁ ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାସ୍ତାରୋକ ଓ ବିକ୍ଷୋଭ ଆନ୍ଦୋଳନ କରାଯାଇ ମନରେଗା ଆଇନକୁ ରକ୍ଷା କରିବା, କେନ୍ଦ୍ର ସରକାରଙ୍କ ଗରିବମାରଣ ନୀତିର ପ୍ରତ୍ୟାହାର, ୨୦୦ ଦିନର କାମ ଦିବସ ଓ ଦୈନିକ ୭୦୦ଟଙ୍କା ମଜୁରୀ ଗ୍ରମାୀଣ ବେକାରଙ୍କ ପାଇଁ ସୁନିଶ୍ଚିତ କରିବା ପାଇଁ ଧ୍ୱନିମାନ ଦିଆଯାଇଥିଲା। ଏହି ପ୍ରତିବାଦ ବିକ୍ଷୋଭରେ ସୁର ଜେନା ବକ୍ତବ୍ୟ ରଖି କହିଥିଲେ ଯେ ଯେଉଁ ନୂତନ ବିଲ୍ କେନ୍ଦ୍ର ସରକାର ଆଣିଛନ୍ତି ସେଥିରେ ଜାତିର ପିତା ତଥା ସ୍ୱାଧୀନତା ସଂଗ୍ର୍ରାମର ଅଗ୍ରଗଣ୍ୟ ନେତା ମହାତ୍ମା ଗାନ୍ଧୀଙ୍କ ମୂଲ୍ୟବୋଧ ଓ ଐତିହ୍ୟକୁ ଅପମାନିତ କରାଯାଇଛି। ସେଥିରୁ ପ୍ରମାଣିତ ହେଉଛି ସେମାନେ ଗଡ଼ସେଙ୍କ ପ୍ରକ୍ରୁତ ପଟ୍ଟଶିଷ୍ୟ। ଅଧିକାର ଭିତ୍ତିକ ଆଇନକୁ ଭାଙ୍ଗି ମନରେଗା ଆଇନକୁ ଏକ ଇଚ୍ଛାମୂଳକ ଯୋଜନାରେ ପରିବର୍ତ୍ତନ କରିବା ଫଳରେ ଗ୍ରାମୀଣ ବେକାରମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି ଅଧିକାରରୁ ବଞ୍ôଚତ କରି ସରକାରୀ ଅନୁଦାନ ଏବଂ ଠିକାଦାରମାନଙ୍କ ଦୟାରେ ବଞ୍ôଚବା ପାଇଁ ବାଧ୍ୟ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ଏହି ରାସ୍ତାରୋକ ଓ ବିକ୍ଷୋଭରେ ଶ୍ରମିକ ନେତା ପଞ୍ଚାନନ ସାହୁ, ଶିବ ବେହେରା, ଆଦିବାସୀ ନେତା ଡ଼ାକ ହେମ୍ବ୍ରମ, ଶଙ୍କର୍ଷଣ ବାରିକ ପ୍ରମୁଖ ବହୁକର୍ମୀ ନେତୃତ୍ୱ ନେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande