
ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ
ଭୁବନେଶ୍ୱର, ୧୮ ଡିସେମ୍ବର (ହି.ସ)- ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତି ପ୍ରତ୍ୟାହାର ପ୍ରସଙ୍ଗରେ ବିଜେଡ଼ି ବିଧାୟକ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଆମ ଦଳ ସରକାରରେ ଥିବାବେଳେ ବିଧାୟକ ଙ୍କ ଦରମା ବୃଦ୍ଧି ହୋଇନଥିଲା। କିନ୍ତୁ ଏ ସରକାର ସମୟରେ ଦରମା ବଢିଲା। ଏ ସରକାର ଏମିତି ପରିବର୍ତନ ଚାହିଁଲେ ତାହା ବଡ କଥା। ସର୍ବସମ୍ମତି କ୍ରମେ ଦରମା ବୃଦ୍ଧି ବିଲ୍ ପାରିତ ହୋଇଥିଲା। ଯେଉଁମାନେ ବାହାରେ ବିରୋଧ କରୁଛନ୍ତି ସେମାନେ ବିଧାନସଭାରେ ଆଲୋଚନା ବେଳେ କାହିଁକି କହିଲେନି? ମୋଟାମୋଟି ଭାବେ ବିଧାୟକ, ପୂର୍ବତନ ବିଧାୟକ ମାନଙ୍କ ଭିତରୁ କିଛି ଲୋକ ଦୁର୍ଦିନରେ ଥିଲେ। ଦରମା ବୃଦ୍ଧିର ଆବଶ୍ୟକତା ଥିଲା। ସରକାର ଉଦାରତାର ସହିତ ନିଷ୍ପତି ନେଇଥିଲେ। ଦରବୃଦ୍ଧି ଅନୁଯାୟୀ ପ୍ରାପ୍ୟ ବଢେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା