
ଭଦ୍ରକ, ୧୮ ଡିସେମ୍ବର (ହି.ସ.)- ଚାନ୍ଦବାଲି ବ୍ଲକ୍ ଧାମରା ଅଂଚଳ ବାଂଶଡ଼ା ଥାନା ଅଧୀନ ଗୁଆଁଳ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ଦୁଇ ଜଣଙ୍କର ମୃତ୍ୟୁ ଘଟଛି । ସେମାନେ ସମ୍ପର୍କରେ ଦାଦା ପୁତୁରା ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଧାମରା ପୋର୍ଟ ରୋଡ଼ ଗୁଆଁଳ ଠାରେ ଦୁର୍ଘଟଣାର ଶୀକାର ହୋଇ ବାଇକ୍ ଆରୋହୀ ଦୁଇ ଯୁବକ ରାସ୍ତାରେ ପଡ଼ିଥିଲେ । ଏହି ସମୟରେ ଧାମରା ସାମୁଦ୍ରିକ ଥାନାଧିକାରିଣୀ ପ୍ରିୟ ଦର୍ଶନୀ ଖଟୁଆ ପେଟ୍ରୋଲିଙ୍ଗ କରିବାକୁ ଯାଉଥିବା ବେଳେ ରାସ୍ତା କଡ଼ରେ ପଡ଼ିଥିବା ୨ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଧାମରା ଦୋସିଙ୍ଗା ଅଂଚଳର ରାକେଶ ଜେନା ଏବଂ ମାନସ ଜେନା ବୋଲି ଜଣାପଡ଼ିଛି । ସମ୍ପର୍କରେ ଦୁହେଁ ଦାଦା ଓ ପୁତୁରା । ତେବେ ଦୁର୍ଘଟଣା କେମିତି ଘଟିଛି ସେନେଇ କୌଣସି ସୂଚନା ମିଳିପାରିନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ