ତୁଷୁରା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ
ବଲାଙ୍ଗିର, ୧୮ ଡିସେମ୍ବର (ହି.ସ.)- ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍‌ଏ‌ସି କ୍ଲଷ୍ଟରର ଶିକ୍ଷା ସଭା ସରକାରୀ ବାଳିକା ନୋଡାଲ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍‌ଏସି ଉପାଧ୍ୟକ୍ଷା ମାମି ଦାସ ଯୋଗ ଦେଇ
ତୁଷୁରା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ*


ତୁଷୁରା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ*


ତୁଷୁରା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ*


ତୁଷୁରା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ*


ବଲାଙ୍ଗିର, ୧୮ ଡିସେମ୍ବର (ହି.ସ.)- ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍‌ଏ‌ସି କ୍ଲଷ୍ଟରର ଶିକ୍ଷା ସଭା ସରକାରୀ ବାଳିକା ନୋଡାଲ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏନ୍‌ଏସି ଉପାଧ୍ୟକ୍ଷା ମାମି ଦାସ ଯୋଗ ଦେଇ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ଜାତୀୟ ମୁକ୍ତ ବିଦ୍ୟାଳୟର ଲାଭ ଉଠାଇବାକୁ ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ, ସାମ୍ବାଦିକ ଶମ୍ଭୁ ପ୍ରସାଦ ସାହୁ, ଏସ୍‌ଏମ୍‌ଡିସି ପ୍ରେସିଡେଣ୍ଟ ହରିହର ସାହୁ, ଆଲୁମିନି ସଭାପତି ମିନତି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସିଆର୍‌ସିସି ଜଗମୋହନ ତ୍ରିପାଠୀ ସ୍ବାଗତ ଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ତୁଷୁରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶ ନାଗ ଓଡିଶା ମୁକ୍ତ ବିଦ୍ୟାଳୟ ଓ ଜାତୀୟ ମୁକ୍ତ ବିଦ୍ୟାଳୟରେ ନାମଲେଖାର ପ୍ରକ୍ରିୟା ଓ ନିୟମ ଉପରେ ଉଦ୍‌ବୋଧନ ଦେଇଥିଲେ। ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ। ପ୍ରଧାନ ଶିକ୍ଷକ ମୋହନ ଭୋଇ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ବଜ ମେହେର, ପ୍ରମୋଦ ନାଏକ, ଦୁତିଆ ସେଠ ଓ ଗିତାଞ୍ଜଳି ପ୍ରଧାନ ସହଯୋଗ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ପୂରନ୍ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ଆସ ସ୍କୁଲ ଯିବା ଅଭିଯାନରେ ଆଜି ଏସ୍‌ଆଇଓଏସ୍ ଓ ଏନ୍‌ଆଇଓସ୍ ରେ ୫ ଜଣ ଛାତ୍ରଛାତ୍ରୀ ସ୍ପଟ୍ ଏଡମିସନ୍ କରିଥିବା ବେଳେ ପୂର୍ବରୁ ୨୧ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande