
କେନ୍ଦୁଝର, ୧୮ ଡିସେମ୍ବର (ହି.ସ.) - ଭାରତୀୟ ଜାତୀୟ କଂଗ୍ରେସର ସବୁଠାରୁ ଦୀର୍ଘ ସମୟ ଧରି ସଭାପତି ଭାର ଗ୍ରହଣ କରିଥିବା ସୋନିଆ ଗାନ୍ଧୀ ଓ ଏବେକାର ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଗତ ଦଶ ବର୍ଷ ଧରି ଚାଲିଥିବା ନ୍ୟାସନାଲ ହେରାଲଡ଼ ମାମଲାରେ କୋର୍ଟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧିଙ୍କୁ ନାମକୁ ନୋଟିସରେ ନେବାକୁ ବିଚାର କରି ମନା କରିଛନ୍ତି। କଂଗ୍ରେସ କହିଛି ଗତ ଦଶବର୍ଷ ଧରି ବିଭିନ୍ନ ଉପାୟରେ ବିଜେପି ସରକାର ସେମାନଙ୍କୁ ହଇରାଣ କରୁଥିବା ବେଳେ ଏହି ନିଷ୍ପତି ସାରା ଦେଶରେ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଉଦିପନା ସୃଷ୍ଟି ହୋଇଛି। ଦେଶରେ ବିଜୟ ଉତ୍ସବ ପାଳନ କରିବା ବଦଳରେ ଜିଲ୍ଲା – କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମା ପ୍ରାର୍ଥନା ମାଗିବାକୁ କଂଗ୍ରେସ କର୍ମୀ ଦାବୀ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଯୋଗ ଦେଇଥିଲେ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସାଂସଦ ଯଶବନ୍ଧୁ ସିଂ ଲାଗୁରି, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ଘସିପୁରା ପୂର୍ବତନ ବିଧାୟକ ପ୍ରାର୍ଥୀ ସୁବ୍ରତ କୁମାର ଚକ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ବରିଷ୍ଠ କଂଗ୍ରେସ ନେତା ବସନ୍ତି କୁମାର ଦାସ, ସଦର ବ୍ଲକ କଂଗ୍ରେସ ସଭାପତି ଉତମ କୁମାର ସାହୁ, କଂଗ୍ରେସ ନେତା ଲଳିତ ମୋହନ ନାୟକ, ଗୋବିନ୍ଦ ମହାନ୍ତି, ଆର୍ତତ୍ରାଣ ଦାସ, ରଘୁନାଥ ପାତ୍ର, କ୍ଷତିଶ ପାତ୍ର, ସୁଢଳ ସେଠି, ଦିନେଶ ରାଉତ, ଲିନୁ ସିଂହ, ନିର୍ମଳ ନାଏକ, ମହିଳା ନେତ୍ରୀ ପ୍ରତିଭା ମଞ୍ଜରୀ ନାଏକ, ସବିତା ସାହୁ, ସୋନାଲି ମାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA