ଡିସେମ୍ବର ୨୧ରେ ହେବ ଲୋକ ମହୋତ୍ସବର ଉଦ୍‌ଘୋଷକ-ଉଦ୍‌ଘୋଷିକା ମନୋନୀତ
ସମ୍ବଲପୁର, ୧୮ ଡିସେମ୍ବର(ହି.ସ.) – ସମ୍ବଲପୁରର ୨୮ତମ ଲୋକ ମହୋତ୍ସବ-୨୦୨୬ ଆସନ୍ତା ଜାନୁଆରୀ ମାସ ୪, ୫ ଓ ୬ ତାରିଖ ହେବାକୁ ଥିବାବେଳେ ଏଥି ପାଇଁ ଉଦ୍‌?ଘୋଷକ, ଉଦ୍‌?ଘୋଷିକା ଚୟନ ପ୍ରକିୟା ଚଳିତ ଡିସେମ୍ବର ମାସର ୨୧ ତାରିଖ ରବିବାର ଦିନ ଅନୁଷ୍ଠିତ କରାଯିବାକୁ ସ୍ଥିର କରାଯାଇଛି। ଚୟନ ପ୍ରକିୟାରେ ସମ୍
ଡିସେମ୍ବର ୨୧ରେ ହେବ ଲୋକ ମହୋତ୍ସବର ଉଦ୍‌ଘୋଷକ-ଉଦ୍‌ଘୋଷିକା ମନୋନୀତ


ସମ୍ବଲପୁର, ୧୮ ଡିସେମ୍ବର(ହି.ସ.) – ସମ୍ବଲପୁରର ୨୮ତମ ଲୋକ ମହୋତ୍ସବ-୨୦୨୬ ଆସନ୍ତା ଜାନୁଆରୀ ମାସ ୪, ୫ ଓ ୬ ତାରିଖ ହେବାକୁ ଥିବାବେଳେ ଏଥି ପାଇଁ ଉଦ୍‌?ଘୋଷକ, ଉଦ୍‌?ଘୋଷିକା ଚୟନ ପ୍ରକିୟା ଚଳିତ ଡିସେମ୍ବର ମାସର ୨୧ ତାରିଖ ରବିବାର ଦିନ ଅନୁଷ୍ଠିତ କରାଯିବାକୁ ସ୍ଥିର କରାଯାଇଛି। ଚୟନ ପ୍ରକିୟାରେ ସମ୍ବଲପୁର ଜିଲ୍ଲାର ୧୮ ବର୍ଷରୁ ଉର୍ଦ୍ଧ୍ୱ ପ୍ରତିଭାଗୀମାନେ ଅଂଶଗ୍ରହଣ କରି ପାରିବେ। ଚୟନ ପ୍ରକିୟା ସକାଶେ ଡି.ଆର.ଡି.ଏ ସମ୍ମିଳନୀ କକ୍ଷରେ ସକାଳ ୮ଘ. ସମୟରେ ପଞ୍ଜିକରଣ କରାଯିବ ଏବଂ ସକାଳ ୧୦ ଘଟିକା ଠାରୁ ଚୟନ ପ୍ରକିୟା ଆରମ୍ଭ ହେବ ବୋଲି ଉଦ୍‌ଘୋଷଣା ଉପକମିଟି ନୋଡାଲ ଅଫିସର୍ ସଞ୍ଜିବ ମେହେର, ସୁଶାନ୍ତ କୁମାର ନାଏକ ତଥା ଆବାହକ ସତ୍ୟ ନାରାୟଣ ସାହୁ, ସହ ଆବାହକ ମାନସ ରଞ୍ଜନ ମିଶ୍ର ଏବଂ ମିମାଂସା ରଥ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande