
ଗଂଜାମ, 18 ଡିସେମ୍ବର (ହି.ସ.)
ଗଞ୍ଜାମ ଜିଲାରେ ଆସନ୍ତା ୨୩ତାରିଖରୁ ଧାନ ଓ ମାଣ୍ଡିଆ କିଣିବାକୁ ସରକାର ପକ୍ଷରୁ ମଣ୍ଡି ଆରମ୍ଭ ହେବ। ଏଣୁ ଚାଷୀ ମାନଙ୍କୁ ଅବଗତ କରାଇବା ପାଇଁ ଡ଼ାକବାଜି ଯନ୍ତ୍ର ସହ ଦୁଇଟି ରଥ ଜିଲ୍ଲାର ବିଭିନ୍ନ ଗ୍ରାମ ପରିକ୍ରମା କରି ପ୍ରଚାର କରାଯାଉଛି। ଏହି ରଥକୁ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲା ପାଳଭି କୀର୍ତ୍ତି ଭାସନ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ