ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ମହାସମାରୋହ ରେ ଉଦଘାଟିତ
ବଲାଙ୍ଗିର ୮ଡିସେମ୍ବର (ହି. ସ) - ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ସପ୍ତମତମ ବିରାଟ ଧନୁଯାତ୍ରା ମହୋତ୍ସବ ମହାସମାରୋହ ରେ ଉଦଘାଟିତ ବୁଧବାର ଦିନ ହୋଇଯାଇଛି । ପ୍ରଥମ ଦିନରେ ରାଜା ଉଗ୍ରସେନଙ୍କ ରାଜୁତି, ଦୁର୍ମିଳା ସୁର ବଧ ଏବଂ ମହର୍ଷି ନାରଦଙ୍କ ଦ୍ୱାରା କଂସଙ୍କ ସମ୍ବାଦ ନାଟକ ମଂଚସ୍ଥ ହୋଇ
ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ମହାସମାରୋହ ରେ ଉଦଘାଟିତ...


ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ମହାସମାରୋହ ରେ ଉଦଘାଟିତ...


ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ମହାସମାରୋହ ରେ ଉଦଘାଟିତ...


ବଲାଙ୍ଗିର ୮ଡିସେମ୍ବର (ହି. ସ) - ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ସପ୍ତମତମ ବିରାଟ ଧନୁଯାତ୍ରା ମହୋତ୍ସବ ମହାସମାରୋହ ରେ ଉଦଘାଟିତ ବୁଧବାର ଦିନ ହୋଇଯାଇଛି । ପ୍ରଥମ ଦିନରେ ରାଜା ଉଗ୍ରସେନଙ୍କ ରାଜୁତି, ଦୁର୍ମିଳା ସୁର ବଧ ଏବଂ ମହର୍ଷି ନାରଦଙ୍କ ଦ୍ୱାରା କଂସଙ୍କ ସମ୍ବାଦ ନାଟକ ମଂଚସ୍ଥ ହୋଇଥିଲା । ଧନୁଯାତ୍ରା କମିଟି ସଭାପତି ତରୁଣ ପୋଢ଼ଙ୍କ ସଭାପତିତ୍ୱରେ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ । ସମ୍ମାନିୟ ଅତିଥି ଭାବେ ମୁରିବାହାଲ ରେଞ୍ଜର ଶିବ ପ୍ରସାଦ ନାୟକ, ଜୁନିୟର କଲେଜ ଅଧକ୍ଷ ଡ଼. ରମେଶ ଚନ୍ଦ୍ର ମହାନନ୍ଦ, ସରପଂଚ ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ରାଜ୍ୟ ସଭା ସାଂସଦ ପ୍ରତିନିଧି ସିଧେଶ୍ୱର ଦାସ, ମଠାଧୀସ ସୁଶୀଲ ତ୍ୟାଗୀ, ସହକାରୀ କୃଷି ଅଧିକାରୀ ଗୁଲସନ ମହନ୍ତ, ବିଶ୍ୱ ରଞ୍ଜନ ବେହେରା ଓ ମାଜସେବୀ ଭଗବାନ ମହାନ୍ତି ପ୍ରମୁଖ ମଂଚାସିନ ଥିଲେ । ଏହି ସାତଦିନ ବ୍ୟାପୀ ବିରାଟ ଧନୁଯାତ୍ରା ମହୋତ୍ସବ ରେ ମୁରିବାହାଲ ଗ୍ରାମ ମଥୁରା ନଗରୀ ଓ ପାଖ ବନବାହାଲ ଗ୍ରାମ ଗୋପପୁର ପାଲଟିଛି ।

ଅଂଚଳର ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଓ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ମୀନାବଜାର ଆଦି ଅନୁଷ୍ଠିତ ହୋଇଛି । ଦର୍ଶକମାନେ ସୁବିଧାରେ ଧନୁଯାତ୍ରା ଦେଖିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ଧନୁଯାତ୍ରାର ମହାରାଜ କଂସ ଭୂମିକାରେ ଲାଠୋରର ଆର୍ତତ୍ରାଣ ସୁନାନୀ ଓ ତାଙ୍କ ସାଥୀ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି । ଏଥିପାଇଁ ମୁରିବାହାଲ ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ବ୍ୟବସ୍ଥା କରାଯାଇଛି । ଧନୁଯାତ୍ରା ମହୋତ୍ସବ କମିଟି ର ଉପସଭାପତି ଲକ୍ଷ୍ମୀକାନ୍ତ ଧରୁଆ, ସୁବ୍ରତ ମହାକୁର, ବିଶ୍ୱବିହାରୀ ଯୋଷୀ, ନାରାୟଣ ସାହୁ, ଦିବ୍ୟସୁନ୍ଦର ସାହୁ, ଶ୍ୟାମସୁନ୍ଦର ଝଙ୍କାର , ରମାରଞ୍ଜନପାତ୍ର କାର୍ଯ୍ୟକାରି ସଭାପତି ରାଜିବ କୁମାର ମହାନ୍ତି, ସୁଦାମ ଚରଣ ବଘାର , ରମେଶ ନାଗ,ପ୍ରଫୁଲ୍ଲ ବଘାର, ସୁଦାମ ସାହୁ ,ତରଣିସେନ ମେହେର ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର ସହ ସମ୍ପାଦକ ପ୍ରେମାନନ୍ଦ ମାଝୀ, ଦନାର୍ଦନ ବଗର୍ତି, ସୁଜିତ ରଞ୍ଜନ ପାଢ଼ୀ, ଅଭିଳାଷ ବଘାର କୋଷାଧ୍ୟକ୍ଷ ଭରତ ଦାସ, ପଦ୍ମଲୋଚନ ସାହୁ ସଂଯୋଜକ ସୁଧାଂଶୁ ପୋଡ଼ ଯାଦବ, ଉଦିତ କଟା, ବିକି ମହାରଣା, ଲିଲୁ ମୋହନ ପଧାନ ସାଂସ୍କୃତିକ ସମ୍ପାଦକ ପ୍ରମୁଖ ସୁଦର୍ଶନ ଦୀପ, ଖଗେଶ୍ୱର ସାହୁ ସହ ପ୍ରଚାର ପ୍ରସାର କମିଟିର ମନୋଜ କୁମାର କର, ପ୍ରଫୁଲ୍ଲ ବଘାର, ଅମରେଶ ମାଝୀଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଆୟୋଜକ କମିଟିର ଉପସଭାପତି ନାରାୟଣ ସାହୁ ଧନ୍ୟବାଦ୍ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande