୨୧ ରୁ ସମ୍ବଲପୁରରେ ଗଡିବ ଇ-ବସ : ପ୍ରଥମ ପର୍ଯ୍ୟାୟରେ ୨୫ ଇ-ବସ ଚାଲିବ
୨୧ ରୁ ସମ୍ବଲପୁରରେ ଗଡିବ ଇ-ବସ, ପ୍ରଥମ ପର୍ଯ୍ୟାୟରେ ୨୫
୨୧ ରୁ ସମ୍ବଲପୁରରେ ଗଡିବ ଇ-ବସ, ପ୍ରଥମ ପର୍ଯ୍ୟାୟରେ ୨୫


୨୧ ରୁ ସମ୍ବଲପୁରରେ ଗଡିବ ଇ-ବସ, ପ୍ରଥମ ପର୍ଯ୍ୟାୟରେ ୨୫


୨୧ ରୁ ସମ୍ବଲପୁରରେ ଗଡିବ ଇ-ବସ, ପ୍ରଥମ ପର୍ଯ୍ୟାୟରେ ୨୫


ସମ୍ବଲପୁର, ୧୮ ଡିସେମ୍ବର (ହି.ସ.)-

ଆସନ୍ତା ୨୧ ତାରିଖରୁ ସମ୍ବଲପୁରରେ ଇ-ବସ ଚଳାଚଳ ଆରମ୍ଭ ହେବ। ସହରରେ ପ୍ରଥମ ପର୍ଯ୍ୟlୟରେ ୨୫ଟି ଇ-ବସ ଚାଲିବ । ଏଥିପାଇଁ ୧୦ଟି ରୁଟ ମ୍ୟାପ ପ୍ରସ୍ତୁତି ହୋଇଥିବା ବେଳେ ଶୁଭାରମ୍ଭକୁ ଅପେକ୍ଷା ରହିଛି। ଏହାଦ୍ୱାରା ଶବ୍ଦ, ଧୂଆଁ ପ୍ରଦ୍ୟୁଷଣ କମିବ । ପ୍ରଥମ ପର୍ଯ୍ୟlୟରେ କ୍ରୁଟ ସଂସ୍ଥା ଅଧିନରେ ୨୫ଟି ଇ-ବସ ପୂର୍ବରୁ ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ତରେ ପହଂଚି ସାରିଛି । ମହାନଗର ନିଗମ ଅଂଚଳ ସମ୍ବଲପୁର, ହୀରାକୁଦ ଓ ବୁର୍ଲା ସହରରେ ଇ-ବସ ଚଳାଚଳ କରିବ । ଏଥିପାଇଁ ୪ଟି ରୁଟ ପ୍ରସ୍ତୁତ କରାଯାଇଥିବା ବେଳେ ମୋଟ ୧୫୪ଟି ଛୋଟବଡ ଷ୍ଟେସନକୁ ଏହି ବସ ସେବା ସଂଯୋଗ କରିବ । ଏଥିପାଇଁ ବର୍ତମାନ ସମୟରେ ସମ୍ଭାବ୍ୟ ୧୦ଟି ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି । ଇ-ବସ ପାଇଁ ଅଇଁଠାପାଲି ବସଷ୍ଟାଣ୍ତରେ ୫ଟି ବସ ଚାର୍ଜିଙ୍ଗ ମେସିନ ସ୍ଥାପନ କରାଯାଇଛି । ଏଥିପାଇଁ ଆଜି ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଅଇଁଠାପାଲି ବସଷ୍ଟାଣ୍ତରେ ପହଂଚି ସ୍ଥିତି ପରଖିଛନ୍ତି । ତେବେ ଆସନ୍ତା ୨୧ ତାରିଖ ଦିନ ବିଧିବଦ୍ଧ ଭାବେ ଇ- ବସ ଶୁଭାରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସମ୍ବଲପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟlୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ଟି ଇ-ଵସ ଯୋଗାଇ ଦିଆଯାଇଛି । ଦ୍ବିତୀୟ ପର୍ଯ୍ୟlୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ ଇ-ବସ ୫୦ଟି ଆସିବ । ଏହାପରେ ଆହୁରି ୨୫ଟି ଆସିବ । ତେବେ ଆଗକୁ ସମଗ୍ର ଜିଲ୍ଲାରେ ୧୦୦ଟି ଇ-ବସ ଚଳାଚଳ କରିବାର ଯୋଜନା ରହିଛି । ସେପଟେ ଇ-ବସ ଚଳାଚଳ ହେବାପରେ ସହରରେ ଧୂଆଁ ଓ ଶବ୍ଦ ପ୍ରଦ୍ୟୁଷଣ କମିବ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande