
ଜୟପୁର, ୧୮ ଡିସେମ୍ବର (ହି.ସ.)
ଜୟପୁର ସଦର ଥାନା ଅନ୍ତର୍ଗତ କଳାଗୁଡା ଜଙ୍ଗଲରେ ଆଜି ଅବକାରି ଚଢଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ସଦର ପୋଲିସ, ଅବକାରି ଥାନା ଓ ନିରିକ୍ଷକ କାର୍ଯ୍ୟାଳୟ ତରଫରୁ ମିଳିତ ଚଢଉ କରାଯାଇଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୨୨ ଶହ ଲିଟର ପୋଚ ଓ ୨୧୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଅବକାରି ବିଭାଗ ତରଫରୁ ସୂଚନା ଦେଇଛନ୍ତି ।
ଚଢାଉରେ ଅବକାରି ନିରିକ୍ଷକ ଶଶିକାନ୍ତ ଦତ୍ତ, ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନଙ୍କ ସହ ସଦର ପୋଲିସ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି