ତୈଳ ବ୍ୟବସାୟୀ ଜଳଧର ସ୍ୱାଇଁଙ୍କ ସ୍ମୃତି ସଭା
କେନ୍ଦ୍ରାପଡ଼ା, ୧୮ ଡିସେମ୍ବର(ହି.ସ.) –ମାର୍ଶାଘାଇର ପ୍ରତିଷ୍ଠିତ ତୈଳ ବ୍ୟବସାୟୀ ସ୍ୱର୍ଗତ ଜଳଧର ସ୍ୱାଇଁଙ୍କ ସ୍ମୃତି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମାର୍ଶାଘାଇ ସରକାରୀ ବସଷ୍ଟାଣ୍ଡ ନିକଟ ବାସ ଭବନରେ ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଏହି ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ବିଜେପି
ତୈଳ ବ୍ୟବସାୟୀ ଜଳଧର ସ୍ୱାଇଁଙ୍କ ସ୍ମୃତି ସଭା


କେନ୍ଦ୍ରାପଡ଼ା, ୧୮ ଡିସେମ୍ବର(ହି.ସ.) –ମାର୍ଶାଘାଇର ପ୍ରତିଷ୍ଠିତ ତୈଳ ବ୍ୟବସାୟୀ ସ୍ୱର୍ଗତ ଜଳଧର ସ୍ୱାଇଁଙ୍କ ସ୍ମୃତି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମାର୍ଶାଘାଇ ସରକାରୀ ବସଷ୍ଟାଣ୍ଡ ନିକଟ ବାସ ଭବନରେ ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଏହି ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ମାର୍ଶାଘାଇ ସମବାୟ ସମିତି ସଭାପତି ପ୍ରଦୀପ୍ତ କୁମାର ଗାହଣ, ଜ୍ଞାନ ରଞ୍ଜନ ବସନ୍ତିଆ, ବଡ଼ପୁଅ ବିଶ୍ୱପ୍ରକାଶସ୍ୱାଇଁ, ସାନପୁଅ ଜ୍ୟୋତି ପ୍ରକାଶ ସ୍ୱାଇଁ, ଝିଅ ନର୍ମଦା ସ୍ୱାଇଁ, ମମତା ସ୍ୱାଇଁ, ସବିତାସ୍ୱାଇଁ, ସାନଝିଅ ତଥା କେନ୍ଦ୍ରାପଡ଼ା ଏଡିଈଓ ସ୍ୱାଗତିକା ସ୍ୱାଇଁ,ଜ୍ୱାଇଁ ଶୁଭ୍ରାଂଶୁ ଦାସ,ପବିତ୍ର ସ୍ୱାଇଁ, ଅରବିନ୍ଦ ସୁନ୍ଦରାୟ, ମନୋରଞ୍ଜନ ବେଉରା, ମନୋସ୍ମିତା ସ୍ୱାଇଁ, ପ୍ରିୟଙ୍କା ସ୍ୱାଇଁ, ଆଇନଜୀବି ବିଚିତ୍ରାନନ୍ଦ ବେହେରା, ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସ୍ୱାଇଁ, ପ୍ରାକ୍ତନ ଶିକ୍ଷକ ନିରଞ୍ଜନ ବସନ୍ତିଆ, ଶୁଭେନ୍ଦୁ ପ୍ରସାଦ ଚୌଧୁରୀ, ଶୁଭେନ୍ଦୁ ପ୍ରକାଶ ଦାସ, ଯଶୋବନ୍ତ ପାତ୍ର, ସୁରେଶ ମାହେଶ୍ୱରୀ, ପରେଶ ସ୍ୱାଇଁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande