କନ୍ଧମାଳ ମହୋତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସ୍ଵତନ୍ତ୍ର ବୈଠକ
Cultural committee meeting of KANDHAMAL Mahochab
କନ୍ଧମାଳ ମହୋତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସ୍ଵତନ୍ତ୍ର ବୈଠକ


କନ୍ଧମାଳ, ୧୮ ଡିସେମ୍ବର (ହି.ସ.)- ଆସନ୍ତା ଜାନୁଆରୀ ୨୦୨୬ରେ ଫୁଲବାଣୀରେ ହେବାକୁ ଯାଉଛି କନ୍ଧମାଳ ଜିଲ୍ଲା ସ୍ତରୀୟ କନ୍ଧମାଳ ମହୋତ୍ସବ l ଏହି ମହୋତ୍ସବ ଜାନୁଆରୀ ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଅନୁଷ୍ଠିତ ହେବା ନେଇ ଏହାର ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି l ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚ ପଦାଧିକାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ଓ ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ହୋଇଛି ବିଭିନ୍ନ ବିଭାଗର କମିଟି l ଉକ୍ତ ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ l ଏନେଇ ବସିଲା ସ୍ୱତନ୍ତ୍ର ଆଲୋଚନାମୂଳକ ବୈଠକ l

ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ପ୍ରକଳ୍ପ ପ୍ରଶାସକ ଆଇଟିଡ଼ିଏ ଗଦାଧର ପାତ୍ର, ପ୍ରକଳ୍ପ ପ୍ରଶାସକ ମୁଖ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କନ୍ଧମାଳର ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା କନ୍ଧମାଳର ପ୍ରବୀଣ କୁମାର ବାଣୁଆ, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାଶଙ୍କ ସମେତ କଣ୍ଠଶିଳ୍ପୀ ଅସିତ ନନ୍ଦ, କଣ୍ଠଶିଳ୍ପୀ ଜଳନ୍ଧର ବେହେରା, ସାମ୍ବାଦିକ ଅଶୋକ ମହାନ୍ତି, ଡ୍ୟାନ୍ସ ଏକାଡେମୀର ସମ୍ପାଦକ ସରୋଜ ପାତ୍ର ଓ ସଭାପତି ରବୀନ୍ଦ୍ର ଷଡ଼ଙ୍ଗୀ, ବୀରେନ୍ଦ୍ର କହଁର ପ୍ରମୁଖଙ୍କ ସହ ଅନ୍ୟ କଳାକାର ମାନଙ୍କ ଉପସ୍ଥିତିରେ ଆଲୋଚିତ ହୋଇଥିଲା l ଜିଲ୍ଲାର ପ୍ରତି ବ୍ଲକରୁ ଦୁଇଟି ଦଳ, ପୌର ପରିଷଦରୁ ତିନୋଟି ଦଳ ଓ ଜିଲ୍ଲା ବାହାରୁ ଦୁଇଟି ଦଳ ରାଜ୍ୟ ବାହାରୁ ଗୋଟିଏ ଦଳ ପରିବେଷଣ କରିବା ପାଇଁ ଆଲୋଚନା ହୋଇଥିଲା l ଏଥି ସହିତ ସ୍ଥାନୀୟ ଲୋକଙ୍କୁ ମଞ୍ଚ ପରିଚାଳନା ପାଇଁ ସୁଯୋଗ ଦେବାପାଇଁ ମଧ୍ୟ ମତ ରଖାଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande