ଖଡ଼ିଆଳ ଅଞ୍ଚଳରେ ହାତୀ ପଲ ଆତଙ୍କ
ନୂଆପଡ଼ା, ୧୮ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ହାତୀ ଉପଦ୍ରବ ଆଜି ଦେଖିବାକୁ ମିଳିଛି। ଯାହାଫଳରେ ଭୟଭୀତ ହୋଇ ପଡିଛନ୍ତି ଖଡ଼ିଆଳ ବ୍ଲକର ଭୋଜପୁର ଗ୍ରାମବାସୀ। ଝାରଖଣ୍ଡ ଅଞ୍ଚଳରୁ ୩୦ ଟିକିଆ ହାତୀ ପଲ ପଶି ଆସିଛନ୍ତି। ଖଡିଆଳ ବ୍ଲକ୍ ଭୋଜପୁର୍ ଗ୍ରାମପଞ୍ଚାୟତ ସହ ବଲାଙ୍ଗ
Hati atanka


ନୂଆପଡ଼ା, ୧୮ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ହାତୀ ଉପଦ୍ରବ ଆଜି ଦେଖିବାକୁ ମିଳିଛି। ଯାହାଫଳରେ ଭୟଭୀତ ହୋଇ ପଡିଛନ୍ତି ଖଡ଼ିଆଳ ବ୍ଲକର ଭୋଜପୁର ଗ୍ରାମବାସୀ। ଝାରଖଣ୍ଡ ଅଞ୍ଚଳରୁ ୩୦ ଟିକିଆ ହାତୀ ପଲ ପଶି ଆସିଛନ୍ତି। ଖଡିଆଳ ବ୍ଲକ୍ ଭୋଜପୁର୍ ଗ୍ରାମପଞ୍ଚାୟତ ସହ ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ହାତୀ ପଲର ଉପଦ୍ରବ ଲାଗି ରହିଅଛି। ଗ୍ରାମକୁ ଆସି ଘର ଭିତରେ ଥିବା ଧାନ, ମାଣ୍ଡିଆ ଓ ଚାଷୀ ଅମଳ କରି ରଖିଥିବା କୃଷିଜାତ ଦ୍ରବ୍ଯକୁ ଖାଇ ନଷ୍ଟ କରୁଛନ୍ତି । ଯୁବାମାଲ ଗ୍ରାମରେ କୃଷ୍ଣରାମ ଆଡଯୁଏଡଙ୍କ ଘର ଭାଙ୍ଗି ଥିବା ବେଳେ ନିକଟରେ ଥିବା ଅନ୍ୟ ଏକ ଘରର ଝରକା ଭାଙ୍ଗି ଯାଇଛି । ହାତୀ ପଲ ପଶି ବ୍ୟାପକ ଆତଙ୍କ ସୃଷ୍ଟି କରିଥିବା ବେଳେ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଗୋଟିଏ ହାତୀପଲରେ ୧୦ ଗୋଟି ହାତୀ ଥିବାବେଳେ ଅନ୍ୟ ଏକ ପଲରେ ୨୦ ଗୋଟି ହାତୀ ଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କୁ ଯୋଗାଯୋଗ କରିବାରୁ ବନ ବିଭାଗ ଅଧିକାରୀ ଏବଂ ର୍କମଚାରୀ ଘଟଣାସ୍ଥଳରେ ନଜର ରଖିଥିବା ବେଳେ ଏହି ହାତୀକୁ ଜଙ୍ଗଲକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande