ଆସନ୍ତା ଫେବୃୟାରୀ ୪ରୁ ୮ ତାରିଖ ଯାଏଁ ଖଡ଼ିଆଳ ମହୋତ୍ସବ
ନୂଆପଡ଼ା, ୧୮ ଡିସେମ୍ବର(ହି.ସ.) – ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ପରିସର ମଧ୍ୟରେ ଖଡିଆଳ ମହୋତ୍ସବ ପାଳନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃୟାରୀ ମାସ ୪ ତାରିଖରୁ ୮ ତାରିଖ ଯାଏଁ ୫ ଦିନ ବ୍ୟାପି ଖଡିଆଳ ମହୋତ୍ସବ ୨୦୨୬ ପାଳନ ହେବ
Khariar mahoschav


ନୂଆପଡ଼ା, ୧୮ ଡିସେମ୍ବର(ହି.ସ.) – ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ପରିସର ମଧ୍ୟରେ ଖଡିଆଳ ମହୋତ୍ସବ ପାଳନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃୟାରୀ ମାସ ୪ ତାରିଖରୁ ୮ ତାରିଖ ଯାଏଁ ୫ ଦିନ ବ୍ୟାପି ଖଡିଆଳ ମହୋତ୍ସବ ୨୦୨୬ ପାଳନ ହେବ। ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହୋତ୍ସବ ପାଳନ କମିଟି ସଭାପତି ତଥା ବିଧାୟକ ଅଧୀରାଜ ପାଣିଗ୍ରାହୀ। ଖଡ଼ିଆଳ ଅଂଚଳବାସୀଙ୍କ ସହଯୋଗରେ ଏହି ମହୋତ୍ସବ ପାଳନ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମର୍ଥନ ଏବଂ ସହଯୋଗ ଥିବା ନେଇ ସୂଚନା ଦିଆଯାଇଥିଲା। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଖଡିଆଳ ବିଧାୟକ ତଥା ମହୋତ୍ସବ ପାଳନ କମିଟି ସଭାପତି ଅଧିରାଜ ପାଣିଗ୍ରାହୀ, ସମ୍ପାଦକ ପ୍ରୁଥିରାଜ ମହାନ୍ତି, ଉପ ସଭାପତି ଉଜ୍ଜଳ ଗୁପ୍ତା, ଉପଦେଷ୍ଟା ଗୋବର୍ଦ୍ଧନ ସୁନା ଓ ଗିରିଧାରୀ ବିଭାର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଗତ ଦିନରେ ମହୋତ୍ସବ ପାଳନ ନେଇ ଉପ କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande