ସମ୍ବଲପୁର ଲୋକ ମହୋତ୍ସବ ସ୍ମରଣିକାର ହେବ ନୂତନ କଳେବର
ସମ୍ବଲପୁର, ୧୮ ଡିସେମ୍ବର(ହି.ସ.) – ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ, ସମ୍ବଲପୁର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସମ୍ବଲପୁର ଲୋକ ମହୋତ୍ସବ ଉପଲକ୍ଷେ ପ୍ରକାଶ ପାଉଥିବା ସ୍ମରଣିକା ନୂତନ କଳେବର ନେଇ ପ
ସମ୍ବଲପୁର ଲୋକ ମହୋତ୍ସବ ସ୍ମରଣିକାର ହେବ ନୂତନ କଳେବର


ସମ୍ବଲପୁର, ୧୮ ଡିସେମ୍ବର(ହି.ସ.) – ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ, ସମ୍ବଲପୁର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସମ୍ବଲପୁର ଲୋକ ମହୋତ୍ସବ ଉପଲକ୍ଷେ ପ୍ରକାଶ ପାଉଥିବା ସ୍ମରଣିକା ନୂତନ କଳେବର ନେଇ ପ୍ରକାଶ କରାଯିବାକୁ ଆଜି ନିଷ୍ପତି ନିଆଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆମର ସଂସ୍କୃତି ଆମର ଟେକ କୁ ଗୁରୁତ୍ୱ ଦ୍ୱୋ ସହ ସମ୍ବଲପୁରୀ ଭାଷା, କବିତା, ବୀର ସଂଗ୍ରାମୀଙ୍କ କଥା କାହାଣୀ। ସମ୍ବଲପୁର ଜିଲ୍ଲାର ପର୍ଯ୍ୟଟନ, ଲୋକ ପ୍ରତିଭା, ଗୀତ, ନୃତ୍ୟ, ଲୋକକଳା, ପାରମ୍ପରିକ ବେଶଭୁଷା, ବାଦ୍ୟ ପ୍ରଭୃତି ଉପରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ବିଭିନ୍ନ ଋଚିର ଲେଖା ପ୍ରକାଶ କରାଯିବ। ସ୍କୁଲ, କଲେଜ ଓ ବିଶ୍ୱ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ଏଥିରେ ଭାଗ ନେବାକୁ ଗୁରୁତ୍ୱ ଦିଆଯାଇଛି। ଲେଖାଗୁଡିକ ସ୍ମରଣିକା ଆବାହକଙ୍କ ମେଲ, ୯୪୩୭୪୦୫୪୫୫ ୱାର୍ଡସଫ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲାପାଳ କାର୍ଯ୍ୟାଳୟ, ସମ୍ବଲପୁର ଡାକ ଠିକଣାରେ ଚଳିତ ମାସ ୨୮ ତାରିଖ ସୁଦ୍ଧା ପଠାଇବାକୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ବିଭାଗର ଉପସମିତି ସମୀକ୍ଷା ସମୟରେ ଜିଲ୍ଲାପାଳ ସ୍ମରଣିକାକୁ ସାର୍ବଜନୀନ ଓ ଜିଲ୍ଲା ତଥ୍ୟ ଭିତିକ କରିବାକୁ ପରାମର୍ଶ ଦେଇ ପୂର୍ବ ବର୍ଷ ଠାରୁ ଭିନ୍ନ ଓ ନବ କଳେବଲ ରେ ପ୍ରକାଶ କରିବାକୁ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ(ସାଧାରଣ), ସୁଧାଂଶୁ କୁମାର ଭୋଇ (ରାଜସ୍ୱ), ମହାନଗର ନିଗମ ଆଯୁକ୍ତ ରୋହନ କ୍ଷେତ୍ରୀ, ଜିଲ୍ଲା ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ ପାତ୍ର,ସଦର ଉପଜିଲ୍ଲାପାଳ ଡ଼ଃ ପୁଷ୍ପାଞ୍ଜଳି ପଣ୍ଡା,ଜିଲ୍ଲା ସଂସ୍କୃତି ଅଧିକାରୀ, ଲୋକ ମହୋତ୍ସବ ସଂଯୋଜକ ଦୀପକ କୁମାର ପଣ୍ଡାଙ୍କ ସମେତ ସମସ୍ତ ଉପ ସମିତିର ଆବାହକ, ସହ ଆବାହକ ଓ ଉପଦେଷ୍ଟା ମଣ୍ଡଳୀ ଉପସ୍ଥିତ ଥିଲେ। ଲେଖାଗୁଡିକ ନିର୍ଭୁଲ ଓ ସାରଗର୍ଭକ ହୋଇଥିବା ଆବଶ୍ୟକ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande