ମାର୍ଶାଘାଇ ହାଇ ସ୍କୁଲରେ ଆସ ସ୍କୁଲ ଯିବା ଶିକ୍ଷା ସଭା
କେନ୍ଦ୍ରାପଡ଼ା, ୧୮ ଡିସେମ୍ବର(ହି.ସ.) –ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଯୋଜନାର ଶିକ୍ଷାସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଲକ୍ଷ୍ମଣ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର?୍ୟ୍ୟକ୍ରମରେ ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପୀନାଥ ବେହେରା ମୁ
---------------ମାର୍ଶାଘାଇ ହାଇ ସ୍କୁଲରେ ଆସ ସ୍କୁଲ ଯିବା ଶିକ୍ଷା ସଭା


କେନ୍ଦ୍ରାପଡ଼ା, ୧୮ ଡିସେମ୍ବର(ହି.ସ.) –ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଯୋଜନାର ଶିକ୍ଷାସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଲକ୍ଷ୍ମଣ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର?୍ୟ୍ୟକ୍ରମରେ ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପୀନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମାର୍ଶାଘାଇ ପଂଚାୟତ ସମିତି ସଭ୍ୟ ପ୍ରସନ୍ନ କୁମାର ସାହୁ, ବିଦ୍ୟାଳୟ ପୁରାତନ ଛାତ୍ରସଂସଦର ପ୍ରାକ୍ତନ ସମ୍ପାଦକ ବିଚିତ୍ରାନନ୍ଦ ବେହେରା, ପ୍ରାକ୍ତନଛାତ୍ର ପ୍ଲାବନ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। କ୍ରୀଡା ଶିକ୍ଷକ ଦୁର୍ଯ୍ୟୋଧନ ଜେନା, ମାର୍ଶାଘାଇ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସତ୍ୟାନନ୍ଦ ବେଜ, ଚିତରଞ୍ଜନ ବେହେରା, ଏଏନଏମ ସୁଜାତା ସେଠୀ, ଅଙ୍ଗନୱାଡି କର୍ମୀ ଅମ୍ବିକା ବେଉରା ପ୍ରମୁଖ ଉପସ୍ଥିତ ଥିଲୋଆସ ସ୍କୁଲ ଯିବା ଯୋଜନା ଅନୁସାରେ ଅଧାରୁପାଠ ଛାଡୁଥିବା, ଆଦୌ ସ୍କୁଲରେ ନାମ ଲେଖାଇ ନ ଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ୫ ବର୍ଷରୁ ୧୮ ବର୍ଷର ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏକ ସଚେତନତା ପଦଯାତ୍ରା କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande