୪୦ ଫୁଟ ତଳକୁ ଖସିଲା ବୋଲେରୋ ; ତିନି ଗୁରୁତର, ୫ ଆହତ
ପ୍ରାୟ ୪୦ ଫୁଟ ତଳକୁ ଖସିଲା ବୋଲେରୋ ; ତିନି ଗୁରୁତର , ୫ ଆହାତ
40 feet talaku khasila bolero gadi


ବାରିପଦା, ୧୮ ଡିସେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ମୋରଡ଼ା-ଜଳେଶ୍ବର ରାସ୍ତାର ନଳଗଜା ପୋଲ ଉପରୁ ପ୍ରାୟ ୪୦ ଫୁଟ ତଳକୁ ଖସିଲା ବୋଲେରୋ । ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ଗୋପିବଲ୍ଲଭପୁରରୁ ଏକ ବୋଲେରୋରେ ୯ ଜଣ ଓଡ଼ିଶାର ଝାଟିଅଡା ଗ୍ରାମର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିବା ବେଳେ ନଳଗଜା ପୋଲ ଉପରୁ ପ୍ରାୟ ୪୦ ଫୁଟ ତଳକୁ ଖସି ପଡିଥିଲା ବୋଲେରୋଟି । ତେବେ ସ୍ଥାନୀୟ ଲୋକମାନେ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ରାସଗୋବିନ୍ଦପୁର ମେଡିକାଲକୁ ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ୩ ଗୁରୁତରଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲକୁ ପଠାଯାଇଥିବା ଜଣାପଡିଛି । ସତ୍ୟବାନ ବାବୁଲି, ରସନ ଦାସ, କ୍ରିଷ୍ଣା ବାଗ ଗୁରୁତର ଥିବାବେଳେ ଅନ୍ୟ ମାନେ ଆହତ ହୋଇଥିବା ଜଣାପଡିଛି । ତେବେ ଡ୍ରାଇଭର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande