

ଭୁବନେଶ୍ୱର, ୧୮ ଡିସେମ୍ବର (ହି.ସ.)- ବିଶେଷ କରି ସକାଳ ସମୟରେ ଘନ କୁହୁଡ଼ି ନେଇ ଆଗାମୀ ୨ ଦିନ ଅର୍ଥାତ୍ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଦୁଇ ଜିଲ୍ଲା ହେଲା ସୁନ୍ଦରଗଡ଼, କନ୍ଧମାଳ । ଏସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରୁ ୨୦୦ ମିଟର ମଧ୍ୟରେ ରହିପାରେ । ପରବର୍ତୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ