ଜିଲ୍ଲାସ୍ତରୀୟ ଜୁନିୟର ରେଡ୍ କ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ଜୟପୁର, ୧୮ ଡିସେମ୍ବର (ହି.ସ.) - ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦୁରା ଠାରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦ୍ପାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡ଼କ୍ରସର ଅଧ୍ୟକ୍ଷ କରୁଣାକର ଭୁଏଙ୍କ ସଭାପତିତ୍ୱରେ ଆୟୋଜି
ଜିଲ୍ଲାସ୍ତରୀୟ ଜୁନିୟର ରେଡ୍ କ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ


ଜୟପୁର, ୧୮ ଡିସେମ୍ବର (ହି.ସ.) - ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦୁରା ଠାରେ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଅଧ୍ୟୟନ ତଥା ପ୍ରଶିକ୍ଷଣ ଶିବିର ଉଦ୍ପାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡ଼କ୍ରସର ଅଧ୍ୟକ୍ଷ କରୁଣାକର ଭୁଏଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଥିଲେ ରାଜ୍ୟ ଜୁନିୟର ରେଡ୍ କ୍ରସ୍ ସାଧନକର୍ମୀ ଯଜେ୍ଞଶ୍ୱର ପଣ୍ଡା , ସମ୍ମାନିତ ଅତିଥି ଥିଲେ କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି. ମନସ୍ମିତା, କୋରାପୁଟ ଜିଲ୍ଲା ପେଡାଗୋଜି ସଂଯୋଜକ ଚନ୍ଦ୍ରକଳା ବଗର୍ତି, ଅବସର ପ୍ରାପ୍ତ ଶାରୀରିକ ଶିକ୍ଷା ଅଧିକାରୀ ବିପ୍ର ଚରଣ ପଣ୍ଡା, କୁନ୍ଦୁରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଘୁନାଥ ପାଙ୍ଗି । ଶିବିରରେ ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତକା ଉତୋଳନ କରାଯାଇଥିଲା ତାପରେ ଜୁନିୟର ମାନଙ୍କଦ୍ୱାରା ଉଦ୍‌ବୋଧନୀ , ପ୍ରତିଜ୍ଞା, ସ୍ଳୋଗାନ କରାଯାଇଥିଲା। ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ହରେକୃଷ୍ଣ ମହାରଣା ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲା ସାଧନ କର୍ମୀ ଜ୍ୟୋତି ରଞ୍ଜନ ନନ୍ଦ ଅତିଥି ପରିଚୟ ଦେଇଥିଲେ। ଶାରୀରିକ କ୍ରୀଡା ଶିକ୍ଷା ଅଧିକାରୀ ଲଲାଟେନ୍ଦୁ ପୂଜାରୀ ଶିବିର ବିବରଣୀ ପ୍ରଦାନ କରିଥିଲେ। ସମସ୍ତ ସମ୍ମାନିତ ଅତିଥି ନିଜ ନିଜର ଅଭିଭାଷଣ ରଖିଥିଲେ। ଅନ୍ତିମରେ ଶ୍ରୀ ଅରବିନ୍ଦ ଶିକ୍ଷାନିକେତନ କୁନ୍ଦୁରାର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହା ପରେ ରାଜ୍ୟ ସାଧନକର୍ମୀ ଯଜେ୍ଞଶ୍ୱର ପଣ୍ଡା ଶିକ୍ଷାଦାନ କାର?୍ୟ୍ୟ ପରିଚାଳନା କରିଥିଲେ ଯେଉଁଥିରେ ରେଡ୍ କ୍ରସର ଉତ୍ପତି, ଉଦ୍ଦେଶ୍ୟ, ଲକ୍ଷ୍ୟ, ମୂଳନୀତି ଏବଂ ଇତିହାସ ଉପରେ ପୁଙ୍ଖାନୁପୁ୍‌ଙ୍ଖ ଭାବରେ ଜୁନିୟର ମାନଙ୍କୁ ଅବଗତ କରାଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଶିବିରର ଦ୍ୱିତୀୟ ଅଧିବେଶନ ଯେଉଁଥିରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଲୋକପାତ କରାଯାଇଥିଲା । ବିପତି ଓ ବିପର୍ଯ୍ୟୟରୁ ଉଦ୍ଧାର କିପରି କରାଯିବ , ଅଗ୍ନୀର ପ୍ରକାରଭେଦ, ଏହାକୁ କିପରି ଲିଭାଯିବ ତାର କୌଶଳ ଦେଖାଇଥିଲେ ଅଗ୍ନିଶମ ବିଭାଗର କେନ୍ଦ୍ରାଧ୍ୟକ୍ଷ ସରୋଜ କୁମାର ଭୂତିଆ ଓ ଅଗ୍ନୀଯୋଦ୍ଧା ରୁଦ୍ର ପ୍ରସାଦ ବାରିକ, ରାମକୃଷ୍ଣ ଗୌଡ଼,ଶ୍ୟାମ ଲାଲ ଗଣ୍ଡ, ସୁଶାନ୍ତ କୁମାର ପଣ୍ଡା, ଅଜୟ ହରିଜନ । ଏହାପରେ ପତକା ଅବତରଣ ରାଜ୍ୟ ସାଧାନକର୍ମୀଙ୍କ ଦ୍ୱାରା ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande