ସମ୍ବଲପୁର ବନ୍ଦକୁ ସମର୍ଥନ ପାଇଁ ଚାଷୀଙ୍କ ବାଇକ୍ ରାଲି
ସମ୍ବଲପୁର, ୧୮, ଡିସେମ୍ବର (ହି.ସ) - ଖରିଫ୍ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବନ୍ଦକୁ ସଫଳ କରିବାକୁ ଜନସାଧାରଣ ତଥା ବିଭିନ୍ନ ସାମାଜିକ ଓ ଶ୍ରମିକ ସଂଗଠନର ସମର୍ଥନ ପାଇଁ ଗୁରବାର ଏକ ବାଇକ ରାଲି ଆୟୋଜିତ
ସମ୍ବଲପୁର ବନ୍ଦକୁ ସମର୍ଥନ ପାଇଁ ଚାଷୀଙ୍କ ବାଇକ୍ ରାଲି


ସମ୍ବଲପୁର, ୧୮, ଡିସେମ୍ବର (ହି.ସ) - ଖରିଫ୍ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବନ୍ଦକୁ ସଫଳ କରିବାକୁ ଜନସାଧାରଣ ତଥା ବିଭିନ୍ନ ସାମାଜିକ ଓ ଶ୍ରମିକ ସଂଗଠନର ସମର୍ଥନ ପାଇଁ ଗୁରବାର ଏକ ବାଇକ ରାଲି ଆୟୋଜିତ ହୋଇଥିଲା। ବରେଇପାଲି ଆରଏମସି ମଣ୍ଡିରୁ ହାତରେ ବିଭିନ୍ନ ପ୍ରକାର ସରକାର ବିରୋଧି ଫ୍ଲାକାର୍ଡ ଧରି ଶତାଧିକ ଚାଷୀ ବାଇକ ରାଲିରେ ବାହାରି ମାଁ ସମଲେଇଙ୍କ ମନ୍ଦିର ଦେଇ ସହର ପରିକ୍ରମା ସ୍ୱରୂପ ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ ଓ ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହା ପୂର୍ବରୁ ସମ୍ବଲପୁର ଜିଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଉକ୍ତ ମଣ୍ଡିରେ ଅନୁଷ୍ଠିତ ବୈଠକରେ ଶୁକ୍ରବାର ସମ୍ବଲପୁର ବନ୍ଦର ରୂପରେଖ ସ୍ଥିର ସହ ବାଇକରାଲିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଚାଷୀମାନେ ଚାଷୀଙ୍କ ବିରୋଧରେ ସରକାର ଷଢ଼ଯନ୍ତ୍ର କରୁଥିବା ସରକାର ଡାଉନ୍ ଡାଉନ ବୋଲି ନାରା ଦେଇ ସହର ପରିକ୍ରମା କରିଥିଲେ। ଟୋକନ ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ ସତ୍ୱେ ଏହାର ସମାଧାନ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉ ନାହାନ୍ତି। ତେଣୁ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ କରିବାକୁ ନିଷ୍ପତି ହୋଇଛି। ତେବେ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ସମ୍ବଲପୁରରେ ଚଷୀ ସଂଗଠନ ବିଭିନ୍ନ ଅଭିନବ ଉପାୟରେ ଆନ୍ଦୋଳନ ଜାରି ରଖିବ ବୋଲି ପଶ୍ଚିମ ଓଡିଶା କୃଷକ ସଙ୍ଗଠନର ଆବାହକ ଅଶୋକ ପ୍ରଧାନ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande