
ଘଟଗାଁ, ୧୮ ଡିସେମ୍ବର (ହି.ସ.)- ଚଳିତ ପୌଷ ଶୁକ୍ଳ ତୃତୀୟା ଡ଼ିସେମ୍ବର ୨୧ ତାରିଖ ଅପରାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଘଷିପୁରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ୩୭ତମ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଘଷିପୁରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ବାବାଜୀ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବିଦ୍ୟାଳୟର ସଭାପତି ମଦନ ମୋହନ ରାଉତ, ସମ୍ପାଦକ ରଶ୍ମିରଞ୍ଜନ ନନ୍ଦ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ସଭ୍ୟ ବିନୋଦ ବିହାରୀ ସେଠୀ ଓ ଚନ୍ଦ୍ରିକା ସାହୁ ପ୍ରମୁଖ ଉପସ୍ଥିତ ରହି ବାର୍ଷିକ ଉତ୍ସବ କିପରି ସରସ ସୁନ୍ଦର ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେବାକୁ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜି ଏସ୍ ଟି ଓ କଷ୍ଟମ କମିଶନର ସୁଶାନ୍ତ ମିଶ୍ର ଓ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୟୂରଭଞ୍ଜ ବିଭାଗ ସେବା ପ୍ରମୁଖ ଖଗେଶ୍ବର ମହାନ୍ତ ଯୋଗଦେଇ ଅପରାହ୍ଣ ୩ଟା ରେ ଅନୁଷ୍ଠାନର ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ଦୀପ ପ୍ରଜ୍ଜ୍ଵଳନ ଏବଂ ପୁଷ୍ପାଞ୍ଜଳି ଅର୍ପଣ ପରେ ଶିଶୁ କଳିକା ମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ୪ଟା ରେ ସଭାକାର୍ଯ୍ୟ ଆରମ୍ଭ ହେବ। ମାତୃବନ୍ଦନା, ସାମୂହିକ କଣ୍ଠ, ସଙ୍ଗୀତ, ସ୍ଵାଗତ ଓ ଅତିଥି ପରିଚୟ, ସିଂହାବଲୋକନ, ଅତିଥି ଓ ବକ୍ତାଙ୍କ ଆଶୀର୍ବଚନ ପରେ ପୁରସ୍କାର ବିତରଣ, ବନ୍ଦେ ମାତରମ୍, ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ସପରିବାର ଉପସ୍ଥିତ ହୋଇ କୁନି କୁନି ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହିତ ଦେଶର ଭବିଷ୍ୟତ ପ୍ରସ୍ଫୁଟିତ ହେବାରେ ଆପଣ ମାନଙ୍କ ପ୍ରେରଣା ଏକାନ୍ତ କାମ୍ୟ ବୋଲି ଘଷିପୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କମିଟି ପକ୍ଷରୁ ନିବେଦନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ