
ଗଞାମ, ୧୮ ଡିସେମ୍ବର (ହି.ସ.) - ଶେରଗଡ ସମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୁଲ୍ୟରେ ସୁପୋଷିତ ଓଡିଶା ମିଶନ ପକ୍ଷରୁ ଶିଶୁ ମାନଙ୍କୁ କୁପୋଷଣ ମୁକ୍ତକରି୨୦୨୯ ବର୍ଷ ସୁଦ୍ଧା ସୁପୋଷଣ ଅବସ୍ଥାରେ ଶିଶୁମାନଙ୍କୁ ପହଂଚାଇବା ଲକ୍ଷ୍ୟନେଇ ଅଙ୍ଗନବାଡିକର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟ ନିଉଟ୍ରେସନ କନସଲେଟ ହୃଦୟ ପ୍ରଦୀପ ଯୋଗଦେଇ କାର୍ଯ୍ୟକ୍ରମରଲକ୍ଷ୍ୟ ଓ ତରିକା ସମ୍ପର୍କରେ ଆଲୋକପାତ କରିଥିଲେ। ସଂଯୋଜକ ଶିବରାମ ଆଚାରୀ ଉପସ୍ଥିତ ଥିଲେ। ଦୁଇଟି ସେକ୍ଟରର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଅଙ୍ଗନବାଡି କର୍ମୀ ତାଲିମରେଭାଗନେଇଥିବାବେଳେ ସିଡ଼ିପିଓ ମମତାଞ୍ଜଳିପଣ୍ଡା ତାଲିମ କେନ୍ଦ୍ର ପରିଚାଳନା କରିଥିଲେ। ସଂଯୁକ୍ତା ପ୍ରଧାନ, ରସ୍ମିତାଯାନୀ, ରମାଅଧୀକାରୀ, ଦର୍ଶନୀଶ୍ୱର ଓ ବାସନ୍ତି ପ୍ରମୁଖ ପରିଦର୍ଶିକାମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ