ସେରେଣ୍ଡା ଠାରେ ନକଆଉଟ ଫୁଟବଲ ଟୁର୍ନାମେଂଟ ଉଦଯାପିତ
କେନ୍ଦୁଝର, ୧୮ ଡିସେମ୍ବର (ହି.ସ.) - ଯୋଡ଼ା ବ୍ଲକ ଅନ୍ତର୍ଗତ ସେରେଣ୍ଡା ଫୁଟବଲ ପଡିଆରେ ଗତ ୧୫ ତାରିଖ ଠାରୁ ଆୟୋଜିତ ନକଆଉଟ ଫୁଟବଲ ଟୁର୍ନାମେଂଟ ଆଜି ଉଦଯାପିତ ହୋଇଯାଇଛି। ବଡ଼ବିଲ ଏସ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଟୁର୍ନାମେଂଟକୁ ଉଦଘାଟନ କରିଥିଲେ। ଟୁର୍ନାମେଂଟର ଦ
ସେରେଣ୍ଡା ଠାରେ ନକଆଉଟ ଫୁଟବଲ ଟୁର୍ନାମେଂଟ ଉଦଯାପିତ


କେନ୍ଦୁଝର, ୧୮ ଡିସେମ୍ବର (ହି.ସ.) - ଯୋଡ଼ା ବ୍ଲକ ଅନ୍ତର୍ଗତ ସେରେଣ୍ଡା ଫୁଟବଲ ପଡିଆରେ ଗତ ୧୫ ତାରିଖ ଠାରୁ ଆୟୋଜିତ ନକଆଉଟ ଫୁଟବଲ ଟୁର୍ନାମେଂଟ ଆଜି ଉଦଯାପିତ ହୋଇଯାଇଛି। ବଡ଼ବିଲ ଏସ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଟୁର୍ନାମେଂଟକୁ ଉଦଘାଟନ କରିଥିଲେ। ଟୁର୍ନାମେଂଟର ଦ୍ୱିତୀୟ ଦିନରେ କେନ୍ଦୁଝର ସାଂସଦଙ୍କ ବଡ଼ବିଲ ପ୍ରତିନିଧୂ ନୀଳମଣି ମହାନ୍ତି ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଟୁର୍ନାମେଂଟର ଉଦଯାପନୀ ଉତ୍ସବରେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତି, ଯୋଡ଼ା ବ୍ଲକ ସାଂସଦ ପ୍ରତିନିଧୂ ଅଗନୁ ଚରଣ ମହାନ୍ତ ସଂମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ। ଭଦ୍ରାସାହି ମଣ୍ଡଳ ବିଜେପି ସଭାପତି କ୍ଷୀରୋଦ ଚନ୍ଦ୍ର ମହାନ୍ତ, ପୂର୍ବତନ ସେରେଣ୍ଡା ଗ୍ରାମ ପଂଚାୟତ ସରପଂଚ ସଂଗୀତା ଚାତମ୍ବା ଓ ନାରୀନେତ୍ରୀ ନମିତା ବାରିକ ପ୍ରମୁଖ ମଂଚାସିନ ଥିଲେ। ଏହି ଟୁର୍ନାମେଂଟରେ ମୋଟ ୧୫ ଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଥିଲେ। ତ୍ରିନାଥ -୧୧ ଓ ପର୍ଶୁରାମ ଫୁଟବଲ କମିଟି ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ମ୍ୟାଚ ଡ୍ର ହେବା ପରେ ଟସ୍ ମାଧ୍ୟମରେ ତ୍ରିନାଥ ୧୧ ବିଜୟୀ ହୋଇଥିଲା। ମୁଖ୍ୟ ଅତିଥ୍ ବିଜେତା ଦଳକୁ ୮୦ ହଜାର ଟଙ୍କା ସହ ଟ୍ରଫି ଓ ଉପ-ବିଜେତା ଦଳକୁ ନଗଦ ୫୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଟୁର୍ନାମେଂଟର ମୁଖ୍ୟ ପରିଚାଳକ ଅମ୍ବଜ ସତପଥ୍‌, ଭାଗବତ ପଲେଇ, ଅରବି ବିନ୍ଦ ମହାକୁଡ଼ ସମେତ ସମସ୍ତ ସଦସ୍ୟ ଟୁର୍ନାମେଂଟ ପରିଚାଳନା ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande