
କେନ୍ଦୁଝର, 18 ଡିସେମ୍ବର (ହି.ସ.)
କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ୨୦ନମ୍ବର ଜାତୀୟ ରାଜପଥ କୋଳିମାଟି ଛକରେ ସିରିଜ ଦୁର୍ଘଟଣା ଟ୍ରଲର୍ ଧକ୍କାରେ ୨୦ଜଣ ବସଯାତ୍ରୀ ଆହତ ହୋଇଛନ୍ତି । କୋଳିମାଟି ଛକରେ ଆଜି ଅପରାହ୍ନ ରେ ଗୋଟିଏ ଦ୍ରୁତଗାମୀ ଲୁହା ପଥର ବୋଝେଇ ଟ୍ରେଲର ଧକ୍କାରେ ଗୋଟିଏ କାର୍ ଓ ଟୁରିଷ୍ଟ ବସ ସମ୍ପୂର୍ଣ ଭାଙ୍ଗି ରୁଜି ଯାଇଥିବା ବେଳେ ଦୁଇଟି ଟ୍ରକ୍ କ୍ଷତିଗ୍ରସ୍ତ ହୋଇଛି। ବସ ରେ ଥିବା ୨୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତୀର୍ଥଯାତ୍ରୀ ମାନେ ପୁରୀ ଜିଲ୍ଲାର ହୋଇଥିବା ବେଳେ ସେମାନେ ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥବାବେଳେ ଏହି ଦୁର୍ଘଟଣା ଘଟିଛି । ଉତ୍ତ୍ୟକ୍ତ ଲୋକେ କୋଳିମାଟି ଠାରେ ୨୦ନମ୍ବର ଜାତୀୟ ରାଜପଥ ଅବବୋଧ କରିଛନ୍ତି। ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ଥିତି ଉପରେ ନଜର ରଖିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA