ଶୌଚାଳୟରେ ବେହୋସ୍ ହୋଇ ପଡ଼ି ଛାତ୍ରୀଙ୍କ ମୃତ୍ୟୁ
ମାଲକାନଗିରି, ୧୮ ଡିସେମ୍ବର(ହି.ସ.) – ଶୌଚାଳୟରେ ବେହୋସ୍ ହୋଇ ପଡ଼ିଥିଲେ ଆଜି ଜଣେ ଛାତ୍ରୀ। ପରେ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର। ମୃତ ଛାତ୍ରୀଙ୍କ ନାମ ଧରିତ୍ରୀ ଖେମୁଡୁ(୧୦)। ସେ ୫ମ ଶ୍ରେଣୀର ଛାତ୍ରୀ ଭାବେ ଅଧ୍ୟୟନ କରିବା ସହ ବିଦ୍ୟାଳୟର ହଷ୍ଟେଲରେ ରହୁଥିଲେ। ମାଲକାନଗିରି ଜିଲ୍ଲା ବୀର ଲକ
ଶୌଚାଳୟରେ ବେହୋସ୍  ହୋଇ ପଡି ଛାତ୍ରୀଙ୍କ ମୃତ୍ୟୁ


ମାଲକାନଗିରି, ୧୮ ଡିସେମ୍ବର(ହି.ସ.) – ଶୌଚାଳୟରେ ବେହୋସ୍ ହୋଇ ପଡ଼ିଥିଲେ ଆଜି ଜଣେ ଛାତ୍ରୀ। ପରେ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର। ମୃତ ଛାତ୍ରୀଙ୍କ ନାମ ଧରିତ୍ରୀ ଖେମୁଡୁ(୧୦)। ସେ ୫ମ ଶ୍ରେଣୀର ଛାତ୍ରୀ ଭାବେ ଅଧ୍ୟୟନ କରିବା ସହ ବିଦ୍ୟାଳୟର ହଷ୍ଟେଲରେ ରହୁଥିଲେ। ମାଲକାନଗିରି ଜିଲ୍ଲା ବୀର ଲକ୍ଷ୍ମଣପୁର ଆଶ୍ରମ ବିଦ୍ୟାଳୟର ଘଟିଛି ଏହି ଘଟଣା। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଶୌଚାଳୟରେ ପଡ଼ି ରହିଥିବା ଜାଣି ବିଦ୍ୟାଳୟ କର୍ତୃପକ୍ଷ ତାଙ୍କୁ ପ୍ରଥମେ ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande