ହୃଦୁରାମପୁରରେ ତ୍ରିଦିବସୀୟ ଫୁଟବଲ ଟୁର୍ନାମେଣ୍ଟ : କ୍ରିଷ୍ଣା ରୋଡ଼ ଲାଇନ, ଝାରଖଣ୍ଡ ଚମ୍ପିୟାନ
କେନ୍ଦୁଝର, ୧୮ ଡିସେମ୍ବର (ହି.ସ.)- ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ହୃଦୁରାମପୁର ଗ୍ରାମ ସନରାଇଜ ଯୁବକ ସଂଘ ଆନୁକୂଲ୍ୟରେ ଏବଂ ରିଜିଓନାଲ ୪ଏଚ ସ୍ପୋଟ ଏଣ୍ଡ କଲଚରାଲ କ୍ଳବ, ରଙ୍ଗାମାଟିଆ ପଞ୍ଚାୟତ ସହଯୋଗରେ ୨୬ତମ ବାର୍ଷିକ ତ୍ରୀଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ବୁଧବାର ଅପରାହ୍ନରେ ବଙ୍କି
ହୃଦୁରାମପୁରରେ ତ୍ରିଦିବସୀୟ ଫୁଟବଲ ଟୁର୍ନାମେଣ୍ଟ : କ୍ରିଷ୍ଣା ରୋଡ଼ ଲାଇନ, ଝାରଖଣ୍ଡ ଚମ୍ପିୟାନ


କେନ୍ଦୁଝର, ୧୮ ଡିସେମ୍ବର (ହି.ସ.)-

ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ହୃଦୁରାମପୁର ଗ୍ରାମ ସନରାଇଜ ଯୁବକ ସଂଘ ଆନୁକୂଲ୍ୟରେ ଏବଂ ରିଜିଓନାଲ ୪ଏଚ ସ୍ପୋଟ ଏଣ୍ଡ କଲଚରାଲ କ୍ଳବ, ରଙ୍ଗାମାଟିଆ ପଞ୍ଚାୟତ ସହଯୋଗରେ ୨୬ତମ ବାର୍ଷିକ ତ୍ରୀଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ବୁଧବାର ଅପରାହ୍ନରେ ବଙ୍କିଆ ହାଇସ୍କୁଲ ଖେଳ ପଡିଆ ଠାରେ ଉଦଯାପିତ ହୋଇଯାଇଛି l ଟୁର୍ନାମେଣ୍ଟରେ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ l ଫାଇନାଲ ଖେଳ ଫୁଟବଲ ମ୍ୟାଚ ଝାରଖଣ୍ଡ ର କ୍ରିଷ୍ଣା ରୋଡ଼ ଲାଇନ (ଆବୁଦାବୀ) ଓ ଝାରଖଣ୍ଡର ଏଭର ଗ୍ରୀନ ନାଇନ ଷ୍ଟାର (ସରେନ ସିନ୍ଦାଇ) ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦୀତା ସଂଘର୍ଷ ମୂଳକ ଖେଳରେ କେହି କାହାକୁ ଗୋଲ ଦେଇ ନ ପାରିବାରୁ ପେନାଲଟିକନର ସାହାଯ୍ୟ ନିଆଯାଇଥିଲା l ପେନାଲଟିକରେ ଏଭର ଗ୍ରୀନ ନାଇନ ଷ୍ଟାରକୁ ହରାଇ କ୍ରିଷ୍ଣା ରୋଡ଼ ଲାଇନ, ଆବୁଦାବୀ ଚମ୍ପିୟାନ ହୋଇଥିଲା l ଉଦଯାପନୀ ପୁରସ୍କାର ବିତରଣ ସଭାରେ ସାଂସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂହ ସଭାପତିତ୍ୱ କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ପ୍ରତିନିଧି, ବରିଷ୍ଠ ବିଜେପି ନେତା ଚନ୍ଦ୍ରଗୁପ୍ତ ପ୍ରସାଦ, ସମ୍ମାନିତ ଅତିଥି, ବକ୍ତା ଭାବେ ଚମ୍ପୁଆ ଓକିଲ ସଂଘ ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟା ରମଣୀ ନାୟକ, ସମାଜସେବୀ ଅଜୟ କୁମାର ଦାସ, ବଡ଼ବିଲ ନଗର ବିଜେପି ମଣ୍ଡଳ ସଭାପତି ପରିମଳ ଚଟାର୍ଜୀ, ରମେଶ ରାଜ, ସୁମନ, ବିକାଶ ଯାଦବ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସlହିତ କରିଥିଲେ l ଏହି ଅବସରରେ ମୁଖ୍ୟଅତିଥି ଚମ୍ପିୟାନ ଖେଳାଳୀ ଦଳ କ୍ରିଷ୍ଣା ରୋଡ଼ ଲାଇନ, ଝାରଖଣ୍ଡକୁ ପ୍ରଥମ ପୁରସ୍କାର ୭୦ ହଜାର ଟଙ୍କାର ନଗଦ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ l ଏହା ସହିତ ରନର୍ସ ଅପ ଏଭର ଗ୍ରୀନ ନାଇନ ଷ୍ଟାର ଦଳକୁ ୨ୟ ପୁରସ୍କାର ୫୦ ହଜାର, ଭୋଲେ ବାବା ଏଫ ସି ଟିଆଁସିପଶି କୁ ୩ୟ ପୁରସ୍କାର ୩0 ହଜାର ଓ ବଡ଼ବିଲର ରାଜ ୩୫୫୫ ଏଫ.ସି. ଦଳକୁ ଚତୃର୍ଥ ପୁରସ୍କାର ୨୦ ହଜାର ଟଙ୍କାର ଅର୍ଥରାଶି ସହିତ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ l ଖେଳକୁ ରେଫରୀ ଯତୀନ ମହାନ୍ତ, ଶଂକର୍ଷଣ ନାୟକ, ଗଜାନନ ପାତ୍ର, ନୀତିଶ ମହାନ୍ତ, ଚନ୍ଦ୍ରଶେଖର ନାୟକ ପରିଚାଳନା କରିଥିବା ବେଳେ ଯୁବ ଭାଷ୍ୟକାର ଟିକାୟତ ନାୟକ, ସୁରଜ ବିରୁଲି ଓଡ଼ିଆ ଓ ହିନ୍ଦୀରେ ଧାରାବିବରଣୀ ପ୍ରଦାନ କରିଥିଲେ l ଫୁଟବଲ ଖେଳକୁ ଯୁବକ ସଙ୍ଘ ଉପଦେଷ୍ଟା ବାଙ୍କିଆ ହାଇସ୍କୁଲ ପ୍ରଧାନଶିକ୍ଷକ ରମଣୀ ରଞ୍ଜନ ନାୟକ,ନବୀନ ଚନ୍ଦ୍ର ନାୟକ, ସଭାପତି ଦିବ୍ୟ ରଞ୍ଜନ ନାୟକ, ସମ୍ପାଦକ କ୍ରିଷ୍ଣାକାନ୍ତ ନାୟକ, ସଦସ୍ୟ କୁଳମଣି ନାୟକ, ସଦସ୍ୟ ସୋନା ନାୟକ, ପପୁନ ନାୟକ, ଫୁକୁଲୁ, ମାନସ, ବାଦଲ, ସୋମ, ସୌମ୍ୟ, ରାହୁଲ, ଗୁଲୁ, ରୋହିତ, ସୁଶୀଲ, ଚୌଧୁରୀ, କାହ୍ନl, ମାଖନ ନାୟକ ପ୍ରମୁଖ ସଦସ୍ୟ ମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l ଖେଳ ଦେଖିବାକୁ ଗ୍ରାମ ତଥା ଅଞ୍ଚଳରୁ ହଜାର ହଜାର ଫୁଟବଲ ପ୍ରେମୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande