
ମାଲକାନଗିରି, ୧୮ ଡିସେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ଗ୍ରାମ ପଂଚାୟତରେ ଅସହାୟ ଓ ସମ୍ବେଦନଶୀଳ ପରିବାରମାନଙ୍କୁ ସରକାରୀ କଲ୍ୟାଣ ଯୋଜନା ସହିତ ସଂଯୋଗ କରିବା ଉଦ୍ଦେଶ୍ୟରେ ଆଜି ଏକ ବିଶେଷ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଜଗନ୍ନାଥ ବାଟେ, ପିଏ(ଏସ୍ଏସ୍ଇପିଡି), ସୁବ୍ରତ ଚକ୍ରବର୍ତୀ, (ଆର୍ସିଏମ୍ଏସ୍ ଡିଇଓ) ବନ୍ଧୁ ଭୂମିଆ ସରପଂଚ ସାଲିମି, ତ୍ରିନାଥ ମାଝି, ପଂଚାୟତ ସମିତି ସଦସ୍ୟ ସାଲିମି ଏବଂ ଅର୍ଜୁନ ମାଝି, ଜେଏସ୍ ସାଲିମି ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ବୃଦ୍ଧାବସ୍ଥା ପେନ୍ସନ କାର୍ଡ଼, ବିଧବା ପେନ୍ସନ କାର୍ଡ଼, ରାସନ କାର୍ଡ଼, ଶ୍ରମିକ କାର୍ଡ଼ ଇତ୍ୟାଦି ବିଭିନ୍ନ ସରକାରୀ ଯୋଜନାରେ ସଂଯୁକ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ଶକ୍ତି ସାମାଜିକ ସାଂସ୍କୃତିକ ଓ କ୍ରୀଡ଼ା ସଂଗଠନ, ମାଲକାନଗିରି ଦ୍ୱାରା ଆୟୋଜିତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ