
କେନ୍ଦୁଝର, ୧୮ ଡିସେମ୍ବର (ହି.ସ.)-
ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ବନକ୍ଷେତ୍ର ମାଲହାରପଦା ନିକଟରୁ ବନ ବିଭାଗ ଆଜି ଦିନ ଗୋଟାଏ ସମୟରେ ୨୧ଟି ଗମ୍ଭାରୀ କାଠ ଗଣ୍ଡି ବୋଝେଇ ହୋଇଥିବା ଏକ ପିକଅପକୁ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଗାଡିଟିକୁ ଧରିବାକୁ ପିଛା କରିଥିଲେ। ବନ ବିଭାଗ କର୍ମଚାରୀ ପିଛା କରୁଥିବା ଜାଣିବା ପରେ ପିକଅପ ଚାଳକ ଓ ୨ ଜଣ କାଠ ବେପାରୀ ଗାଡିଟିକୁ ରାସ୍ତା ଉପରେ ଠିଆ କରି ରାସ୍ତା କଡରେ ଥିବା ଲଟା ଜଙ୍ଗଲକୁ ଯାଇ ଲୁଚି ଯିବାରେ ସଫଳ ହୋଇଥିଲେ। ପରେ ବନ ବିଭାଗ ପିକଅପ ଟିକୁ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ।
ଏହି ଚଢ଼ଉ ବେଳେ ସାହାରପଡା ବନପାଳ ଶ୍ରୀମନ୍ତ ବେହେରା, ବନରଖି ଝରଣା ରାଣୀ ସାହୁ, ତ୍ରିଲୋଚନ ମହାନ୍ତ, ସହଦେବ ସେଠୀ, ମହମ୍ମଦ ୱାସିମ ସଂଜୟ କୁମାର ମହାନ୍ତ, ଅଟଳ ସେଠୀଙ୍କ ସହ ଅନ୍ୟ ପାରା କର୍ମଚାରୀ ମାନେ ସାମିଲ ଥିଲେ। ଜବତ କାଠର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA