ଖଣ୍ଡଗିରିରୁ ଏମ୍ସ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଆମ୍ବୁଲାନ୍ସ କରିଡୋର ନିର୍ମାଣ ହେବ- ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, 18 ଡିସେମ୍ବର (ହି.ସ)- ରାଜଧାନୀ ଭୁବନେଶ୍ୱରରେ ଜରୁରୀକାଳୀନ ଚିକିତ୍ସା ସେବାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଖଣ୍ଡଗିରିରୁ ଏମ୍ସ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ଆମ୍ବୁଲାନ୍ସ କରିଡୋର ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଛି। ଏ ସମ୍ପର୍କିତ ପ୍ରସ୍ତା
ପୃଥ୍ୱୀରାଜ ହରିଚନ୍ଦନ


ଭୁବନେଶ୍ୱର, 18 ଡିସେମ୍ବର (ହି.ସ)- ରାଜଧାନୀ ଭୁବନେଶ୍ୱରରେ ଜରୁରୀକାଳୀନ ଚିକିତ୍ସା ସେବାକୁ ଆହୁରି

ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଖଣ୍ଡଗିରିରୁ ଏମ୍ସ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ

ଆମ୍ବୁଲାନ୍ସ କରିଡୋର ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଛି। ଏ ସମ୍ପର୍କିତ ପ୍ରସ୍ତାବକୁ

କାର୍ଯ୍ୟ ବିଭାଗର ସମୀକ୍ଷା ବୈଠକରେ ଅନୁମୋଦନ ମିଳିଛି ବୋଲି ଲୋକନିର୍ମାଣ ମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା

ଖଣ୍ଡଗିରିରୁ କଳିଙ୍ଗନଗର ପର୍ଯ୍ୟନ୍ତ ତିନି ଲେନର ସର୍ଭିସ୍ ରୋଡ଼ ନିର୍ମାଣ କରାଯିବ, ଯେଉଁଥିରେ ଗୋଟିଏ

ଲେନ ବିଶେଷ ଭାବେ ଆମ୍ବୁଲାନ୍ସ ପାଇଁ ସଂରକ୍ଷିତ ରହିବ। ଏହା ଫଳରେ ଆପାତକାଳୀନ ପରିସ୍ଥିତିରେ

ଆମ୍ବୁଲାନ୍ସଗୁଡ଼ିକୁ କୌଣସି ବାଧା ବିନା ଶୀଘ୍ର ଏମ୍ସରେ ପହଞ୍ଚିବାରେ ସାହାଯ୍ୟ ମିଳିବ।

ଏହି ପ୍ରସ୍ତାବ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକଙ୍କ ପକ୍ଷରୁ

ପଠାଯାଇଥିଲା, ଯାହାକୁ ବର୍ତ୍ତମାନ

ଔପଚାରିକ ମଞ୍ଜୁରି ମିଳିଛି। ପ୍ରକଳ୍ପଟି କ୍ରିୟାନ୍ବୟନ ହେଲେ ଟ୍ରାଫିକ୍ ଚାପ କମିବା ସହିତ

ଗୁରୁତର ରୋଗୀମାନଙ୍କୁ ସମୟରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାରେ ଉଲ୍ଲେଖନୀୟ ସହାୟତା ମିଳିବ

ବୋଲି ଆଶା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande